ଭୁବନେଶ୍ବର: ଆସନ୍ତା କାଲିଠାରୁ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ । ଏହା ଏପ୍ରିଲ 12 ତାରିଖ ଠାରୁ 16 ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ମଧ୍ୟ ଏହି ସମୟରେ ବନ୍ଦ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି । ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
