ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ (ଉମଙ୍ଗ) ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଥମେ ଏହି ବିଦ୍ୟାଳୟ କିପରି ଭାବରେ ଏହି ଜାଗାରେ ହୋଇଥିଲା ତାହା କହିବା ସହ ବଡ଼ ମଣିଷ ଏବଂ ଭଲ ମଣିଷ ଭିତରେ ପାର୍ଥକ୍ୟକୁ ଆଲୋଚନା କରିଥିଲେ ।

ସେଇଭଳି ଏଥିରେ ସ୍ୱତନ୍ତ୍ର ଅତିଥି ରୂପେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ଓଡିଶା ଆଦର୍ଶ ବିଦ୍ୟାଳୟର ଆବଶ୍ୟକତା କାହିଁକି ଓ ଭଲ ମଣିଷ ଏବଂ ବଡ଼ ମଣିଷ ପାର୍ଥକ୍ୟକୁ ନିଜ ବକ୍ତବ୍ୟରେ ସ୍ଥାନ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
ସେହିପରି ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସ୍ତରୀୟ କମିଟିର ପୁର୍ବତନ ଅଧକ୍ଷ ମେଜର ପ୍ରଭାତ ଦାସ ଯୋଗ ଦେଇଥିବାବେଳେ ବିଦ୍ୟାଳୟର ସଫଳତାକୁ ନେଇ ଅନୁଷ୍ଠାନର ଅଧକ୍ଷ ଦେବାଶିଷ ପଳେଇ କହିଥିଲେ । ଅନ୍ୟତମ ଅତିଥି ଭାବରେ ପରଜଙ୍ଗ ସମିତି ଅଧକ୍ଷା ଶର୍ମିଷ୍ଠା ଦଳବେହେରା, ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀ, ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ସଂଗ୍ରାମ କେଶରୀ ଭୋଳ, ବ୍ଲକ ଶିକ୍ଷାଧିକାରୀ ହରିହର ଦେହୁରୀ, ନୋଡାଲ ଅଧକ୍ଷ ପ୍ରଫୁଲ କୁମାର ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ନିରାକାର ପ୍ରଧାନ ଓ ବାରିହାପୁର ସରପଞ୍ଚ ସସ୍ମିତା ସାହୁ ପ୍ରମୁଖ ଯୋଗଦେଇଥିଲେ ।

ସୂଚନା ଥାଉକି, ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ 33 ଗୋଟି ବିଭାଗରେ ଭାଗ ନେଇଥିଲେ । ଏଥିରେ ପ୍ରଥମ ଶ୍ରେଣୀ ଦଖଲ କରିଥିବା ପିଲାମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଏହାପରେ ଶେଷରେ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା କଲଚୁରାଲ ପୋଗ୍ରାମ ହୋଇଥିଲା ।
