6ରେ ଘୁର୍ଣ୍ଣିବଳୟ, 7ରେ ଲଘୁଚାପ, 8ରେ ଅବପାତ ସମ୍ଭାବନା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଗାମୀ 6 ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି ଏବଂ ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ 7 ତାରିଖ ବେଳକୁ ଏହି ଅଞ୍ଚଳରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ 8 ତାରିଖ ବେଳକୁ ଏହା ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବା ସମ୍ଭାବନା ଥିବାବେଳେ ଆହୁରି ଘନୀଭୂତ ହେବା ପାଇଁ ପାରିପାର୍ଶିକ ସ୍ତିତି ସମ୍ପୂର୍ଣ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ଏଭଳି ଏକ ପୂର୍ବାନୁମାନ କରିଛି ।


ସେୟାର କରନ୍ତୁ