3 ବାପା ମା ଛେଉଣ୍ଡ ଅନାଥ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲେ ବାଜି ରାଉତ ଯୁବ ସଂଗଠନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପରା କାଟେଣୀ ଗ୍ରାମ ପଞ୍ଚାୟତର କାଦୁବସନ୍ତ ଗ୍ରାମର ତିନି ଅନାଥ ଭାଇ ଭଉଣୀଙ୍କ ଭବିଷ୍ୟତ ଏବେ ଅନ୍ଧକାର l ବାପା ଶ୍ରୀକାନ୍ତ ପଧାନ 8 ବର୍ଷ ହେବ ସବୁଦିନ ପାଇଁ ଆରପାରିକୁ ଚାଲିଯିବା ପରେ ମା ମଞ୍ଜୁ ପଧାନ 3 କୁନି କୁନି କୁମଳ ମତି ଶିଶୁଙ୍କୁ ଛାଡି କେଉଁ ଆଡେ ପଳେଇଗଲେ l

ମା ବାପା ଚାଲିଯିବା ପରେ ଜେଜେ ମା ତିନି ଭାଇ ଭଉଣୀକୁ ମୂଲ ଲାଗି ଯତ୍ନ ନେଉଥିଲେ ହେଲେ ଭାଗ୍ୟ ବିଡମ୍ବନା ଜେଜେ ମା ବି ଦୃଷ୍ଟି ହୀନ ହୋଇଗଲେ l

ବଡ ଝିଅ କାଦମଲ୍ଲୀ ଏବେ ସ୍କୁଲ ଯିବା ବୟସରେ ମୂଲ ଲାଗି ତିନି ଭାଇ ଭଉଣୀ ଆଉ ଜେଜେ ମା ର ପେଟ କୁ ଦାନା ଦେଉଛି l ଘର ଭାଙ୍ଗି କାନ୍ଥ ପଡ଼ିଗଲାଣି ଘରେ ରହିବାଟା ଅସମ୍ଭବ ହୋଇ ପଡ଼ିଲାଣି ଘର ନଥିବାରୁ ଆ ତା ଘରେ ଆଶ୍ରୟ ନେଉଛନ୍ତି l

ସରକାରୀ ସହାୟତା କହିଲେ କେବଳ 5 କେ.ଜି ଚାଉଳ ତାହା ପୁଣି ନିଅଣ୍ଟ ଦିନେ ଖାଇଲେ ଦିନେ ଉପାସ l ସରକାରଙ୍କୁ ଓ ସ୍ଥାନୀୟ ପ୍ରଶାସନଙ୍କୁ ଗୁହାରୀ କରିଥିଲେ ଆମକୁ ଘର ଖଣ୍ଡେ ଦିଅ ଆମେ ବଞ୍ଚିବୁ କେମିତି l

ତେବେ ପରଜଙ୍ଗ ବାରିହାପୁର ଗ୍ରାମର ବାଜି ରାଉତ ଯୁବ ସଂଗଠନ ରବିବାର 3 ଅନାଥ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଛନ୍ତି l ଏଥି ସହିତ ସମସ୍ତ ରାସନ ସାମଗ୍ରୀ ଚାଉଳ, ଡାଲି, ଚୁଡା, ପନି ପରିବା ଓ ପିଲାଙ୍କ ପାଇଁ ବ୍ୟାଗ, ଖାତା,ବହି, ଡ୍ରେସ, ଲୋଗା, ଏବଂ ଭାଙ୍ଗି ଯାଇଥିବା ଘରେ ପାଲ ପକାଇ ମରାମତି ମଧ୍ୟ କରିଛନ୍ତି ବୀର ବାଜି ରାଉତ ଯୁବ ସଂଗଠନ l ବୀର ବାଜି ରାଉତ ଯୁବ ସଂଗଠନ ତରଫରୁ ଏହି ମହତ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି l


ସେୟାର କରନ୍ତୁ