ନୂଆ – ଓ – ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଓଡ଼ିଶାର ଗର୍ବ ଗୌରବର ପ୍ରତୀକ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ଦିଗରେ ଅନୁଷ୍ଠିତ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ନିହାର ରଞ୍ଜନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସଭାରେ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟାପକ ପ୍ରଫେସର ସନାତନ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ କହିଥିଲେ ।

ସେଇଭଳି ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, +3 ବିଭାଗର କୋଡ଼ିନେଟର ତଥା ଅଧ୍ୟାପକ ଅଞ୍ଜନ କୁମାର ମହାରଣା ଓ + 2 ବିଭାଗର କୋଡ଼ିନେଟର ତଥା ଅଧ୍ୟାପକ କୁଳମଣି ମେହେର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ନୂତନ ମତଦାତାଙ୍କ ସଂକଳ୍ପ ଦିବସ ଉପଲକ୍ଷେ ନିର୍ବାଚନର ନିଜର ସୁଚିନ୍ତିତ ମତଦାନ କରିବାକୁ ସମସ୍ତେ ଶପଥ ପାଠ ସହ ଦୃଢ଼ ସଂକଳ୍ପ କରିଥିଲେ । ଏହି ଅବସରରେ ରାଜ୍ୟସରକାରଙ୍କ ଅନୁଦାନ ଓ ବିଧାୟକ ଡଃ ସାହୁଙ୍କ ପାଣ୍ଠିରୁ 40 ଲକ୍ଷ ଟଙ୍କାରେ ନିର୍ମିତ 2ଟି ନୂତନ ପ୍ରକୋଷ୍ଠାକୁ ବିଧାୟକଙ୍କ କରକମଳରେ ଲୋକାର୍ପିତ କରାଯାଇଥିଲା ।

ଏହା ପରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଓଡ଼ିଆ ଭାଷା ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସାହୁ ମାନପତ୍ର ସହ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ +3 ବିଭାଗର ଛାତ୍ରୀ ଶ୍ୱାତି ଶ୍ରୀ ପ୍ରିୟଦର୍ଶିନୀ ନାୟକ ଓ +2 ବିଭାଗର ପ୍ରୀତିପର୍ଣ୍ଣା ଭୂତିଆ ଓ ସାଲୋନୀ ସେଲୋଜା ନାୟକ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ ।

ଅଧ୍ୟାପକ କୁମାର କୌଶିକ ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଶ୍ରୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।


ସେୟାର କରନ୍ତୁ