ନାମାଙ୍କନ ପତ୍ର ଦାଖଲ କଲେ ଡାକ୍ତର ନୃସିଂହ ଚରଣ ସାହୁ

ରାଜନୀତି
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଲୋକସଭା କ୍ଷେତ୍ର ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ଡାକ୍ତର ନୃସିଂହ ଚରଣ ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପରଜଙ୍ଗରୁ ହଜାର ହଜାର ସମର୍ଥକଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ସେ କାମାକ୍ଷାନଗର ଉପଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସରଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହି ସମୟରେ ତାଙ୍କ ସହିତ ପୁଅ ଅସିତ କୁମାର ରାୟଚୌଧୁରୀ(ଚିଣ୍ଟୁ), ପ୍ରସ୍ତାବକ, ନିର୍ବାଚନ ମଣ୍ଡଳୀର 7 ଜିଲ୍ଲା ପରିଷଦ, ନିଜ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଏବଂ ନିର୍ବାଚନ ମଣ୍ଡଳୀର ହଜାର ହଜାର ସମର୍ଥକ ଉପସ୍ଥିତ ଥିଲେ । ନାମାଙ୍କନ ପତ୍ର ଦାଖଲ ଅବସରରେ ପରଜଙ୍ଗରୁ କାମାକ୍ଷାନଗର ଯାଇଥିବା ତାଙ୍କ ଶୋଭାଯାତ୍ରାଟି ବେଶ୍‌ ଆକର୍ଷଣୀୟ ହୋଇଥିଲା । ଏଥିରେ ଡିଜେ, ପାରମ୍ପରିକ ବାଦ୍ୟ ସାମିଲ ହୋଇଥିଲା ।


ସେୟାର କରନ୍ତୁ