ପରଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୫ ତମ ରୌପ୍ୟ ଜୟନ୍ତୀ ଗୁରୁବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ରୌପ୍ୟ ଜୟନ୍ତୀ ଉତ୍ସବରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଧ୍ୟକ୍ଷା ଯଶଶ୍ଵିନୀ ରାଉତ, ପଞ୍ଚାୟତ ସରପଞ୍ଚ ଅଶାନ୍ତି ରାଉତ, ଗ୍ରାମ୍ୟ କମିଟି ସଭାପତି ସଞ୍ଜୟ କୁମାର ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାଉରୀବନ୍ଧୁ ରାଉତ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଜେନା ଉଦ୍ୟକ୍ତା ଜଳଧର ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ ।
ଅନ୍ୟତମ ଅତିଥି ଭାବେ କୁଆଳୁ ପଞ୍ଚାୟତ ସରପଞ୍ଚ ଅଜିତ୍ କୁମାର ସାହୁ , ସରପଞ୍ଚଙ୍କ ପ୍ରତିନିଧି ଦୁଷ୍ମନ୍ତ କୁମାର ଦାସ ଓ ଅମରେଶ ସାହୁ ଉପସ୍ଥିତ ଥିଲେ । ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ପୁରସ୍କାର ବିତରଣ କରିଥିଲେ । ଆୟୋଜିତ ଉତ୍ସବକୁ ସମସ୍ତ ଗୁରୁଜୀ ଗୂରୁ ମାଆ ଓ ଅଭିଭାବକ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ବସୁଲେଇ ଗେଙ୍ଗୁଟିଆ ହାଇସ୍କୁଲର ଶିକ୍ଷକ କୁନୁଆ ସାହୁ ଅତିଥି ପରିଚୟ ଦେଇ ମଞ୍ଚ ସଞ୍ଚାଳନ ଦାୟିତ୍ୱ ନିର୍ବାହ କରିଥିଲେ ।