କୁଳବେଉସାରେ ମନ ବଳାଉନାହାନ୍ତି ଝାଡୁ କାରିଗର

ରାଜ୍ୟ ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଢେ଼ଙ୍କାନାଳ ସଦର : ନିଜ ବେଉସା କରିବାକୁ ମନବଳାଉନାହାନ୍ତି ଝାଡ଼ୁ କାରିଗର । ପ୍ରୋତ୍ସାହନ ଅଭାବରୁ ଓ ପ୍ଲାଷ୍ଟିକ ଝାଡୁର ବହୁଳ ବ୍ୟବହାର ଯୋଗୁଁ ପରିବାରର ଭରଣ ପୋଷଣ କରିବା ସମ୍ଭବ ହେଉନIହିଁ । ଝାଡ଼ୁ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ମଧ୍ୟ ଠିକ ଭାବେ ମିଳୁନାହିଁ । ଏହାର ପ୍ରସ୍ତୁତି ପାଇଁ ଦରକାରୀ ଗଛ ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଛଦେଶ ଅଞ୍ଚଳରେ ସେତେ ମାତ୍ରା ମିଳୁନଥିବାରୁ ଓ ମାଗଣାରେ ମିଳୁଥିବା କଞ୍ଚାମାଲକୁ ଅର୍ଥ ଖର୍ଚ୍ଚ କରି କିଣିବାକୁ ପଡ଼ୁଥିବାରୁ ବଜାର ଦର ସହିତ ତାଳ ମେଳ ରହୁନଥିବାରୁ ପ୍ଲାଷ୍ଟିକ ଝାଡ଼ୁ ସହ ସମତା ରକ୍ଷା ହୋIଇପାରୁ ନIହିଁ । ଫଳରେ ଏହା ଉପରେ ନିର୍ଭର କରୁଥିବା କାରିଗରଙ୍କ ଜୀବିକା ବାଧାପ୍ରIପ୍ତ ହେବାରେ ଲାଗିଛି। ରାତି ପାହିଲେ ପ୍ରତ୍ୟେକ ଲୋକଙ୍କ ଘରପାଇଁ ଝାଡୁର ଆବଶ୍ୟକ ଥିଲେ ମଧ୍ୟ ବାହାର ପାଇଁ ନଡ଼ିଆ କୁଞ୍ଚି ଝାଡୁ ଓ ଘର ଭିତର ନିମନ୍ତେ ବିଭିନ୍ନ ବେଳେ ମାଗଣାରେ ପ୍ରକାର ଝାଡ଼ୁ ମିଳୁଥିବା ଯୋଗୁଁ ଓ ମାଟିଘର ବଦଳରେ ପକ୍କାଘର ନିମନ୍ତେ କାଇଁଚ ଖଜୁରୀ ଝାଡୁର ବ୍ୟବହାର କମିଯାଇଛି । ଫୁଲଝାଡୁର ଚାହିଦା ବଢିବାରେ ଲାଗିଛି ।

ଏତଦବ୍ୟତୀତ ଗ୍ରାମରାସ୍ତା,ଚାଷଜମି,ଜମିହିଡ଼ ଓ ପଡିଆରେ ଖଜୁରୀ ଗଛ ପର୍ଯ୍ୟାପ୍ତ ପରିମାଣର ଥିବା ସଂଗ୍ରହ କରି ହେଉନଥିବାରୁ ଓ ଏହି କଞ୍ଚାମାଲ ସଂଗ୍ରହ ନିମନ୍ତେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିବାରୁ ଏହି କୌଳିକ ବୃଦ୍ଧି କରିବIକୁ ବିମୁଖ ହେଉଛନ୍ତି । ଏ ନେଇ ବଲ୍ୟାମ୍ବା ନୂଆ ହାଟରେ ଦୀର୍ଘ ବର୍ଷ ହେବ ଝାଡୁ ବ୍ୟବସାୟୀ କରୁଥିବା ସ୍ଥାନୀୟ ଅଞ୍ଚଳର ଜନଜାତି ଆଦିବାସୀ ମହିଳା ଓ ପୁରୁଷମାନେ କୁହନ୍ତି ପୂର୍ବରୁ ଯେପରି ବ୍ୟବସାୟୀ ହାଟପାଳିରେ ହେଉଥିଲା ଆଉ ସେଭଳି ବ୍ୟବସାୟ ନାହିଁ ।

ଏହା ସହ ନଡ଼ିଆ ଝାଡୁର ଆବଶ୍ୟକତା ବହୁଳ ପରିମାଣରେ ରହିଥିଲେ ମଧ୍ୟ କାରିଗର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି। ମାତ୍ର କଞ୍ଚାମାଲର ପତ୍ର ଅଭାବ ପାଇଁ ଏବେ ଘର ଘର ମାନଙ୍କରେ ପ୍ଲାଷ୍ଟିକ ଝାଡ଼ୁ ବ୍ୟବହାର ବହୁଳ ପରିମାଣରେ ହେଉଛି । ଏହାକୁ କୌଳିକ ବୃତ୍ତି ଭାବେ ଆଦରି ନେଇଥିବା କାରିଗର ଏବେ ସଙ୍କଟ ଦେଇ ଗତି କରୁଛୁ ବୋଲି କହିଛନ୍ତି । ପୂର୍ବରୁ ଏହି ଝାଡ଼ୁ କାରିଗର ବିଭିନ୍ନ ପ୍ରକାର ଝାଡ଼ୁ ତିଆରି କରି ଗାଁ ଗାଁ ବୁଲି ବିକ୍ରି କରୁଥିବା ବେଳେ ଏହାର ଉପଯୁକ୍ତ ମୂଲ୍ୟ ପାଇ ପାରୁଥିଲେ । ମାତ୍ର ଏବେ ପ୍ଲାଷ୍ଟିକ ଝାଡୁର ଚାହିଦା ବୃଦ୍ଧି ପାଇଥିବାରୁ କାରିଗରଙ୍କ ଦ୍ଵାରା ହାତ ପ୍ରସ୍ତୁତି ଝାଡୁର ଚାହିଦା କମିବାରେ ଲାଗିଛି ।

ଫୁଲଝାଡୁ ବଜାରରେ ୬୦ରୁ ୭୦ ଟଙ୍କାରେ ମିଳୁଥିବା ବେଳେ ଖଜୁରୀ ପତ୍ରରେ ତିଆରି ଝାଡୁ ୨୦ଟଙ୍କାରେ ବିକିବାରୁ ଗ୍ରାହକ ଆଗ୍ରହ ପ୍ରକାଶ କରୁନାହାନ୍ତି। ଝାଡୁ ତିଆରି କରି ପରିବାର ପ୍ରତିପୋଷଣ କରିବା ସହଜ ହେଉନାହିଁ । ଝାଡୁ ବାନ୍ଧିବା ପାଇଁ ଆବଶ୍ୟକ କେରାଟ ଏବେ ସେହି ପରିମାଣରେ ଆଉ ମିଳୁନାହିଁ। ପରିଶ୍ରମ ସଠିକ ମୂଲ୍ୟ ମଧ୍ଯ ମିଳୁନାହିଁ । ଜୀବନ ଜୀବିକାକୁ ବଜାୟ ରଖିବାକୁ ହେଲେ ସରକାରୀ ପ୍ରୋତ୍ସାହନ ଆବଶ୍ୟକତା ରହିଛି। ଝାଡ଼ୁ କାରିଗରଙ୍କ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।


ସେୟାର କରନ୍ତୁ