ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କରମୂଳ ଗ୍ରାମର ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥାନ କରିଛନ୍ତି ପ୍ରତ୍ୟକ୍ଷ ଠାକୁର ବାବା ଦୌଉଡେଶ୍ୱର ମହାଦେବ । ଏହି ଶୈବପୀଠଟି ବହୁପୁରୁଣା । ୧୪୨୦ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରକୁ ସ୍ଥାପନା କରିଥିଲେ ରାଜା । ସେତେବେଳେ ଢେଙ୍କୁଶବର ରାଜାଥିଲେ। ରାଜାଙ୍କୁ ସ୍ଵପ୍ନାଦେଶ ହେଲାପରେ ଏଠି ଗଣେଶ ଖୋଲ ବୋଲି ଗୋଟେ ଗଡ଼ ଥିଲା । ଏହି ଗଡ଼ର ରାଜା ଥିଲେ ଢେଙ୍କୁ ଶବର । ତାଙ୍କୁ ସ୍ବପ୍ନାଦେଶ ହେଲା ନଦୀ ଭିତରେ ଗୋଟିଏ ଶିବ ମନ୍ଦିର ଅଛି ତାକୁ ଉଦ୍ଧାର କର । ସେତେବେଳେ କିଛି ରାସ୍ତା ଘାଟ ନଥିଲା। ରାଜା ଘୋଡ଼ାରେ ଗଣେଶ ଖୋଲରୁ ଆସି ଠାକୁରଙ୍କୁ ଏଠାରେ ସ୍ଥାପନ କରିଥିଲେ । ରାଜା ଘୋଡାରେ ଦୌଡ଼ି ଦୌଡ଼ି ଆସିବାରୁ ପ୍ରଭୁଙ୍କ ନାମ ରଖା ଯାଇଛି ଦୌଉଡେଶ୍ୱର ମହାଦେବ ।
ବାବାଙ୍କ ମନ୍ଦିରକୁ ବହୁ ଆଡୁ ଅଞ୍ଚଳର ଆଖ ପାଖ ଲୋକମାନେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସନ୍ତି। କାର୍ତ୍ତିକ ପୂର୍ଣ୍ଣିମା,ଜାଗର ଯାତ୍ରା ବିଭିନ୍ନ ପ୍ରକାର ବାବାଙ୍କର ଯାତ୍ରା । ପ୍ରଭୁଙ୍କ ପାଖରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୁଏ ଏବଂ ବିଭିନ୍ନ ରୋଗବ୍ୟାଧି ଭଲ କରିଦିଅନ୍ତି ବୋଲି ଅଞ୍ଚଳବାସୀଙ୍କର ବିଶ୍ଵାସ ରହିଛି ।