ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସିରେ ପଞ୍ଚୁକ ସମାରୋହ ବଡ଼ ଧୁମ ଧାମରେ ପାଳିତ ହୋଇଯାଇଛି । ଏଠାରେ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚ ଦିନ ବିଭିର୍ନ ପୂଜା ମଣ୍ଡପ ଏବଂ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ପରମ୍ପରା ମୁତାବକ ଗ୍ରାମର ମହିଳା,ପୁରୁଷ, ଶିଶୁ ଓ ପାଖ ଆଖ ଗ୍ରାମର ଶ୍ରଦ୍ଧାଳୁମାନେ ପାହାନ୍ତାରୁ ଅର୍ଥାତ ରାତ୍ର 3ଘଟିକା ସମୟରୁ ସ୍ନାନ ସାରି ବିଭିର୍ନ ପୂଜା ମଣ୍ଡପ ଏବଂ ମନ୍ଦିରମାନଙ୍କୁ ଭଗବାନଙ୍କ ଦର୍ଶନ ପାଇଁ ଆସିଥାନ୍ତି ।

ପ୍ରାୟ ସବୁ ପୂଜା ମଣ୍ଡପ ଏବଂ ମନ୍ଦିରମାନଙ୍କରେ ଭୋଗ ଲାଗି ଭଳିକି ଭଳି ପ୍ରସାଦର ବ୍ୟବସ୍ଥା ରହିଥିଲା ବେଳେ ଶ୍ରଦ୍ଧାଳୁମାନେ ଅତି ଆନନ୍ଦ ସହକାରେ ଖାଇଥାନ୍ତି । ଏଠାରେ ସାଂସ୍କୃତିକ କାର୍ଯ୍ୟମାନ ଦେଖାଯାଇଥାଏ । ଏହାପରେ ବିଭିର୍ନ ମଣ୍ଡପର ଭକ୍ତମାନେ ମଣ୍ଡପ ଗୁଡ଼ିକରୁ ବିଗ୍ରହମାନଙ୍କୁ ପ୍ରସେସନ ଯୋଗେ ଗ୍ରାମରେ ବୁଲାଇଥାନ୍ତି ।