ଅଧିକାଂଶ ସମୟରେ ଆମେ ଦାନ୍ତର ଉପଯୁକ୍ତ ଯତ୍ନ ନେଇ ପାରନ୍ତି ନାହିଁ ଯାହା ଫଳରେ ଦାନ୍ତ ହଳଦିଆ ପଡିବା ସହ ଦୁର୍ଗନ୍ଧ ମଧ୍ୟ ହୋଇଥାଏ । ହେଲେ ଏଭଳି କିଛି ଘରୋଇ ଉପାୟ ଅଛି ଯାହାକୁ ବ୍ୟବହାର କରି ଆପଣ ନିଜ ଦାନ୍ତର ଯତ୍ନ ନେଇ ପାରିବେ
କେବଳ କଦଳୀ ନୁହେଁ କଦଳୀ ଚୋପାରେ ବି ଅନେକ ଭିଟାମିନ୍ ଓ ମିନେରାଲ୍ସ ଭରି ରହିଥାଏ। କଦଳୀ ଚୋପାରେ ଭିଟାମିନ୍, କାର୍ବୋହାଇଡ୍ରେଟ୍, ଆଣ୍ଟିଅକ୍ସିଡାଣ୍ଟ୍ ଓ ପୋଟାସିୟମ୍ ଭଳି ଆବଶ୍ୟକୀୟ ତତ୍ତ୍ୱ ରହିଛି ଯାହା ସମ୍ପୂର୍ଣ୍ଣ ତ୍ୱଚା ପାଇଁ ବେଶ୍ ଲାଭଦାୟକ।
– କଦଳୀ ଚୋପାରେ ମହୁ ଟିକିଏ ପକାଇ ମୁହଁରେ ଘଷିଲେ ବ୍ରଣ କମିଥାଏ।
– ବ୍ଲାକ୍ ହେଡ୍ସ୍ ହେଉଥିଲେ ସ୍କବର୍ ଭଳି ବ୍ୟବହାର କରିପାରିବେ। କଦଳୀ ଚୋପାକୁ ଭଲ ଭାବେ ଚକଟି ସେଥିରେ ୨/୩ ଟୋପା ମହୁ ଓ ଟିକିଏ ବେକିଂ ସୋଢ଼ା ପକାଇ ବ୍ଲାକ୍ ହେଡ୍ସ୍ ଉପରେ ଲଗାଇ ୧୦ମିନିଟ୍ ପରେ ଧୋଇ ଦିଅନ୍ତୁ।
– ଦାନ୍ତର ହଳଦିଆପଣ ଦୂର କରିବା ପାଇଁ ସବୁଦିନ ସକାଳୁ ଦାନ୍ତରେ କଦଳୀ ଚୋପା ଭଲ ଭାବେ ଘଷି ପାଟି ଧୁଅନ୍ତୁ। ଗୋଟିଏ ସପ୍ତାହ ଯାଏଁ ଏହି ଉପଚାର କରନ୍ତୁ।
– ଆଖି ତଳ କଳା ଦାଗ ପଡ଼ିଥିଲେ ଗୋଟିଏ କଦଳୀ ଚୋପାକୁ ଭଲ ଭାବେ ଗ୍ରାଇଣ୍ଡ କରି ସେଥିରେ ଟିକିଏ ଆଲୋଭିରା ଜେଲ୍ ମିଶାଇ ଆଖି ତଳେ ଲଗାନ୍ତୁ। ଶୁଖିଲା ପରେ ଧୋଇ ଦିଅନ୍ତୁ। ଆଖି ତଳ କଳା ଦାଗ ଦୂର ହେବ।
– କଦଳୀ ଚୋପାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ବାର୍ଦ୍ଧକ୍ୟ ସମସ୍ୟା ଯେପରି ରିଙ୍କଲ୍ସ୍ ପାଇଁ ଲାଭପ୍ରଦ। ବୟସ ବଢ଼ିଲେ ତ୍ୱଚାରେ କୁଞ୍ଚନ ପଡ଼ିଥାଏ। ଏଥିପାଇଁ କଦଳୀ ଚୋପାକୁ ଗ୍ରାଇଣ୍ଡ୍ କରି ଟିକିଏ ବାଦାମ ତେଲ ମିଶାଇ ଫେସ୍ପ୍ୟାକ୍ ଭଳି ଲଗାନ୍ତୁ। ୨୦ମିନିଟ୍ ପରେ ଧୋଇଦିଅନ୍ତୁ।