କାନ୍ଥ ଭୁଶୁଡି ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: କଟକ ପଟାପୋଲ ଅଚଂଳରେ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତ ଶ୍ରମିକ ଜଣକ ହେଉଛନ୍ତି ପୁଷ୍ପ ରଞ୍ଜନ ରାଓ । ଗୁରୁତର ଆହତ ଜଣକ ହେଲେ ମାନସିଂ ଅଲ୍ଲୀ ।

ଘଟଣା ଘଟିବା ପରେ ଦୁଇ ଜଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ପୁଷ୍ପକୁ ମୃତ ଘୋଷଣା କରିଥିଲେ । ଅଲ୍ଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସଙ୍କଟାପନ୍ନ ରହିଛି । ତେବେ କାମ ବେଳେ ଘରୋଇ ସଂସ୍ଥା ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ଅଭିଯୋଗ ଆସିଛି । ଏହି କାମ ଜାଇକା ନାମକ ସଂସ୍ଥା ନେଇଥିବା ଜଣାପଡିଛି । ଘଟଣାସ୍ଥଳରେ ଏହାକୁ ନେଇ ଉତେଜନା ଦେଖାଦେଇଥିବା ଶୁଣିବାକୁ ମିଳିଛି ।


ସେୟାର କରନ୍ତୁ