ରାଜ୍ୟରେ ସୁସ୍ଥ ହେଲେ 607 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 11937

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 607 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 11,937ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 607 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ 279 ଜଣ, ଯାଜପୁର ଜିଲ୍ଲାରୁ 84 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 50 ଜଣ, କଟକ ଜିଲ୍ଲାରୁ 42 ଜଣ, କେନ୍ଦୁଝର ଜିଲ୍ଲାରୁ 23 ଜଣ, ମାଲକାନଗିରି ଜିଲ୍ଲାରୁ 21 ଜଣ, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ 15 ଜଣ ଲେଖାଏଁ, ମୟୂରଭଂଜ ଜିଲ୍ଲାରୁ 12 ଜଣ, ବରଗଡ଼ ଜିଲ୍ଲାରୁ 11 ଜଣ, କୋରାପୁଟ ଜିଲ୍ଲାରୁ 9 ଜଣ, କନ୍ଧମାଳ ଜିଲ୍ଲାରୁ 8 ଜଣ, ଜଗତସିଂହପୁର 7 ଜଣ, ଅନୁଗୁଳ, ବାଲେଶ୍ୱର ଓ ନବରଙ୍ଗପୁର ଜିଲ୍ଲାରୁ 6 ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ 5 ଜଣ, ଗଜପତି ଜିଲ୍ଲାରୁ 3 ଜଣ, କେନ୍ଦ୍ରାପଡ଼ା 2 ଜଣ, ସମ୍ବଲପୁର ଜିଲ୍ଲାରୁ 2 ଜଣ ଏବଂ ଢେଙ୍କାନାଳ ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ