ସେକ୍ସ ରାକେଟ ଠାବ, ୩ ଯୁବତୀ ଉଦ୍ଧାର, ୩ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀର ଗଜପତିନଗର ଅଞ୍ଚଳରେ ଥିବା ଏକ ଘରୁ ଶୁକ୍ରବାର ସେକ୍ସ ରାକେଟ ଠାବ କରିଛି କମିଶନରେଟ ପୁଲିସ । ଖବର ପାଇ ଅଚାନକ ଚଢ଼ଉ କରି ପୁଲିସ ୩ଗ୍ରାହକଙ୍କୁ ଗିରଫ କରିବା ସହ ୩ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରିଛି । ଘଟଣାସ୍ଥଳରୁ ପୁଲିସ କିଛି ଅପତ୍ତିଜନକ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି ।

କିଛି ମାସ ହେବ ଏହି ଘରେ ସେକ୍ସ ରାକେଟ ଚାଲୁଥିବା ସ୍ପେଶାଲ ସ୍କ୍ୱାର୍ଡ ଖବର ପାଇଥିଲା । ଯୋଜନା ମୁତାବକ, ସହିଦନଗର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଆଜି ଅପରାହ୍ନରେ ଅଚାନକ ଚଢ଼ଉ କରିଥିଲା । ପୁଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ରାକେଟ ପଛର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୁଲିସ ଛାନଭିନ ଜାରି ରଖିଛି ।

ଗତ ୯ତାରିଖରେ କ୍ୟୁଏଟି ଟିମ ନୟାପଲ୍ଲୀ ଏରିଆରେ ଥିବା ଏକ ଗେଷ୍ଟ ହାଉସରେ ଚଢ଼ଉ କରି ସେକ୍ସ ରାକେଟ ଠାବ କରିଥିଲା । ସଂପୃକ୍ତ ୭ଗ୍ରାହକଙ୍କୁ ଗିରଫ କରିବା ସହ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣାରେ ଗେଷ୍ଟ ହାଉସର ମାଲିକ ସେଠାରୁ ଫେରାର ହେବାରେ ସଫଳ ହୋଇଥିଲେ ।


ସେୟାର କରନ୍ତୁ