ପ୍ରେମିକା ଓଢ଼ଣୀରେ ପ୍ରେମିକର ଜୀବନ ଗଲା, ପରିବାର ଆଣିଲେ ହତ୍ୟା ଅଭିଯୋଗ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ପଟିଆ ସ୍ଥିତ ଏକ ଗେଷ୍ଟ ହାଉସରେ ଗୁରୁବାର ଏକ ଅଭାବନୀୟ କାଣ୍ଡ ଘଟିଛି । ପ୍ରେମିକା ଓଢ଼ଣୀରେ ପ୍ରେମିକର ଜୀବନ ଯାଇଥିବା ସୂଚନା ମିଳିଛି । ଖାଲି ଏତିକି ନୁହେଁ ପ୍ରେମିକା ସମ୍ମୁଖରେ ପ୍ରେମିକ ଜଣଙ୍କର ଜୀବନ ଯାଇଥିବା ଜଣାପଡିଛି  । ଯାହା ପୁରା ରାଜଧାନୀରେ ଚହଳ ପକାଇଛି । ଅନ୍ୟପଟରେ ଘଟଣାସ୍ଥଳରେ ଥିବା ଲୋକେ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଚିଂ ଯୁବକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଇତିମଧ୍ୟରେ ହତ୍ୟା ଓ ଆତ୍ମହତ୍ୟା ଦିଗ ଉପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଲେ କଟକ ବାଙ୍କୀର ଅମିତ କୁମାର ଜେନା । ପୁଲିସ ଗେଷ୍ଟ ହାଉସ ରୁମ୍ ଭିତରୁ ଢ଼େଙ୍କାନାଳ ଗୋବିନ୍ଦପୁର ଅଚଂଳର ସୋନାଲି ରାଉତ ନାମକ ଜଣେ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସବୁଠୁ ବଡ଼ କଥା ହେଉଛି ଯେ, ସୋନାଲି ଓ ଅମିତ ଗତକାଲିଠାରୁ ଗେଷ୍ଟ ହାଉସର ତୃତୀୟ ମହଲାରେ ରହି ଆସୁଥିଲେ । ଯଦି ଓଢ଼ଣୀରେ ଝୁଲି ଯୁବକ ଜଣଙ୍କ ମରିଛନ୍ତି ତେବେ ତାଙ୍କ ଶବ ଗେଷ୍ଟ ହାଉସ ତଳକୁ କିପରି ଆସିଲା ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ଅନ୍ୟ ବ୍ୟକ୍ତି ବିଶେଷଙ୍କ ହାତ ରହିଥିବା ପୁଲିସ ସନ୍ଦେହ କରୁଛି । ତେବେ ଗେଷ୍ଟ ହାଉସକୁ ଗତକାଲିଠାରୁ କିଏ କିଏ ଆସିଥିଲେ? ଏହା ଜାଣିବା ପାଇଁ ଗେଷ୍ଟ ହାଉସରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଚଂ କରୁଥିବା ବେଳେ ଗେଷ୍ଟ ହାଉସ ମ୍ୟାନେଜରକୁ ପଚରାଉଚରା କରୁଥିବା ମଧ୍ୟ ଜଣାପଡିଛି ।
ସୂଚନାଯୋଗ୍ୟ, ସୋନାଲି ଓ ଅମିତ ଦୁହେଁ ଦମ୍ପତ୍ତି ପରିଚୟ ଦେଇ ଗତକାଲିଠାରୁ ପଟିଆ ସ୍ଥିତ ସେଭେନ ସ୍ପାଣ୍ଡାଜ୍ ଗେଷ୍ଟ ହାଉସରେ ରହିଥିଲେ । ଏଥିପାଇଁ ସେ କୋର୍ଟରେ ବିବାହ କରିଥିବା ଗେଷ୍ଟ ହାଉସ ମ୍ୟାନେଜରକୁ ଏକ ପ୍ରମାଣ ପତ୍ର ଦେଇଥିବା ଜଣାପଡିଛି । ଖାଲି ଏତିକି ନୁହେଁ ଦୁହେଁ ପୁର୍ବରୁ ମଧ୍ୟ ୨-୩ଥର ଗେଷ୍ଟ ହାଉସରେ ରହିଥିବା ମ୍ୟାନେଜର କହିଛନ୍ତି ।

ସେୟାର କରନ୍ତୁ