ମସାଜ ପାର୍ଲର ନାଁରେ ଦେହବେପାର!…୩ଯୁବତୀ ଉଦ୍ଧାର, ୩ଅଟକ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ନୟାପଲ୍ଲୀ ଥାନା ପୁଲିସ ଗୁରୁବାର ଏକ ଘରୁ ସେକ୍ସ ରାକେଟ ଠାବ କରିଛି । ଚଢ଼ଉ ବେଳେ ପୁଲିସ ୩ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଅଟକଙ୍କ ମଧ୍ୟରୁ ଜଣେ ଘର ମାଲିକ ବୋଲି ପୁଲିସ ସୂଚନା ଦେଇଛି । କାହାରି ପରିଚୟ ପୁଲିସ ଏପର୍ଯ୍ୟନ୍ତ ଦେଇନଥିବା ବେଳେ ଗତ ୫ମାସ ହେବ ଉକ୍ତ ଘରେ ମସାଜ ନାଁରେ ଦେହ ବେପାର ଚାଲୁଥିବା ଜଣିବାକୁ ପାଇଛି ।

ନୟାପଲ୍ଲୀ ଅଞ୍ଚଳର ପ୍ଲଟ ନମ୍ବର-ଏନ-୫/୯୭ରେ ଡିଆରଏମ ଇନଫ୍ରାଷ୍ଟ୍ରକଚର ନାମକ ଏକ ସଂସ୍ଥା ଖୋଲି ଏହା ଭିତରେ ଦେହବେପାର ଚଲୁଥିବା ଲୋକେ ଜଣିବାକୁ ପାଇଥିଲେ । ଆଜି ଅପରାହ୍ନରେ କିଛି ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ । ଚଢ଼ଉ କରି ପୁଲିସ ସଂସ୍ଥାର ମାଲିକ ଦ୍ରୁତି ଚରଣ ମହାନ୍ତିଙ୍କ ସହ ଦୁଇ ଗ୍ରାହକଙ୍କୁ ଅଟକ ରଖିଥିବା ଜଣାପଡିଛି ।

ଯୁବତୀଙ୍କୁ ଦେହବେପାରରେ ଲଗାଉଥିଲା କିଏ? ଘର ମାଲିକ ମାଷ୍ଟରମାଇଣ୍ଡ ନାଁ ଏଥିରେ କେଉଁ ଦଲାଲର ହାତ ରହିଛି? ଏସୁବୁକୁ ନେଇ ପୁଲିସ ତନାଘନା ଜାରି ରଖିଛି ।

ସୂଚନା ଥାଉକି, ଚଳିତ ମାସରେ କମିଶନରେଟ ପୁଲିସ ଚଢ଼ଉ କରି ନୟାପଲ୍ଲୀ, ସହିଦନଗର ଓ କ୍ୟାପିଟାଲ ଅଞ୍ଚଳରୁ ତିନୋଟି ସେକ୍ସ ରାକେଟ ଠାବ କରିବାରେ ସଫଳ ହୋଇଛି ।


ସେୟାର କରନ୍ତୁ