ରାଜୀବ ଗାନ୍ଧିଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାରି ଦେବା ପାଇଁ ଧମକ

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାରି ଦେବୁ । ଠିକ୍ ଯେପରି ପୂର୍ବତନ ପ୍ରଧାନ ମନ୍ତ୍ରୀଙ୍କୁ ମାରିଛୁ, ସେହିପରି ଢ଼ଙ୍ଗରେ ମୋଦିଙ୍କୁ ହତ୍ୟା କରିବୁ ବୋଲି ଧମକ ମିଳିଛି । ଏପରି ଧକମ ଦେଇଛନ୍ତି ମାଓବାବୀ ସଂଗଠନ । ମହାରାଷ୍ଟ୍ର ପୁଲିସ କିଛି ଦିନ ତଳେ ୫ଜଣ ସିପିଆଇଏମଏଲ ସଦସ୍ୟଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଜଣେ ମାଓବାଦୀଙ୍କ ଘରୁ ଏଭଳି ଚିଠି ମିଳିଛି । ଯେଉଁଥିରେ ମୋଦିଙ୍କୁ ମାରିବା ପାଇଁ ପୁରାପୁରି ଷଡ଼ଯନ୍ତ୍ର ପ୍ରସ୍ତୁତ କରାଯାଇଛି । ଚିଠି ପାଇବା ପରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ମାଓବାଦୀଙ୍କ ଗତିବିଦ୍ଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ଚିଠିରେ ଲେଖାଯାଇଛି ଯେ, ମୋଦି ସରକାର ଆଦିବାସୀଙ୍କ ଜୀବନରେ ହସ୍ତକ୍ଷପ କରୁଛି । ବିହାର ଓ ପଶ୍ଚିମବଙ୍ଗ ବ୍ୟତିତ ମୋଦି ଦେଶର ୧୫ରୁ ଅଧିକ ରାଜ୍ୟରେ ବିଜେପିକୁ ପ୍ରତିଷ୍ଠତ କରିବାରେ ସଫଳ ହୋଇଛନ୍ତି । ଯଦି ଏହା ଜାରି ରୁହେ ତାହାଲେ ବହୁତ ଅସୁବିଧା ହେବ ବୋଲି ଚିଠିରେ ଲେଖା ରହିଛି । ଖାଲି ଏତିକି ନୁହେଁ କମ୍ରେଡ କିସାନ ଓ ଅନ୍ୟ କିଛି ବରିଷ୍ଠ ମାଓନେତା ମୋଦି ରାଜ୍ୟକୁ ଶେଷ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ମୋଦିଙ୍କୁ ରାଜୀବ ଗାନ୍ଧିଙ୍କ ଭଳି ମାରିବା ପାଇଁ ମାଓବାଦୀ ସଂଗଠନ ଚିନ୍ତା କରିଥିବା ଚିଠିରୁ ଜଣାପଡିଛି । ଏହାଛଡ଼ା ମୋଦିଙ୍କୁ ମାରିବା ଏତେ ସହଜ ନୁହେଁ କିନ୍ତୁ ରୋଡ ଶୋ ବେଳେ ତାଙ୍କୁ ଟାର୍ଗେଟ କରାଯାଇ ପାରିବ ବୋଲି ଚିଠିରେ ଲେଖା ରହିଛି ।

ଧମକକୁ ନେଇ ଗୃହ ମନ୍ତ୍ରାଳୟ ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାର ଭୁବନେଶ୍ୱରରେ ଚାଲିଥିବା ଏକ ସମ୍ମିଳନୀରେ କହିଛନ୍ତି, ମାଓଦମନ ପାଇଁ ବିଭିନ୍ନ ସୁରକ୍ଷା ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ ତିଆରି ଚାଲିଛି । କେନ୍ଦୀୟ ଓ ରାଜ୍ୟ ଗୁଇନ୍ଦା ବିଭାଗ ସଜାଗ ଅଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ମାଓସଂଗଠନ ଧମକ ଦେବା କଥା ଉପରେ ଶ୍ରୀ କୁମାର ଚୁପ ରହିଥିବା ଜଣାପଡିଛି ।


ସେୟାର କରନ୍ତୁ