ଦୋକାନ ସଟର ତାଡି ଲୁଟ… ସିସିଟିଭିରେ କଏଦ ହେଲା ସମ୍ପୁର୍ଣ୍ଣ ଦୃଶ୍ୟ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ପୁରାପୁରି ପ୍ଲାନରେ ଆସିଥିଲେ । ବ୍ୟାଗରେ ଆଣିଥିଲେ ସଟର କଟା ମେସିନ । ଆଉ ରାତି ଅଧିଆ ରଚିଥିଲେ ଲୁଟ ଅପରେସନ । ସଟର ତାଡ଼ି ଲୁଟି ନେଇଥିଲେ ଦୋକାନ ଭିତରେ ଥିବା ସମସ୍ତ ଦାମୀ ଜିନିଷ । ଏମିତି ଏକ ଘଟଣା ଘଟିଛି ଖଣ୍ଡଗିରି ଥାନା ଅଚଂଳରେ ଯାହା ସମସ୍ତଙ୍କ ହୋସ ଉଡ଼ାଇ ଦେଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛି । ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍ କୁ ତନତନ କରି ଯାଚଂ କରୁଛି ।

ସୂଚନା ମୁତାବକ, ବାରଭୂଜା ମାର୍କେଟରେ ଥିବା ଏକ ମୋବାଇଲ ଦୋକାନରେ ଦୁର୍ବୃତମାନେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ ଲୁଟି ନେଇଛନ୍ତି । ଲୁଟର ଶୀକାର ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ଡୁମୁଡୁମା ଫେଜ-୨ର ଶୁଭେନ୍ଦୁ କୁମାର ସ୍ୱାଇଁ । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି । ଅନ୍ୟପଟରେ ସିିସିଟିଭି ଫୁଟେଜରେ ଲୁଟେରା ଜଣଙ୍କ କିଭଳି ଢ଼ଙ୍ଗରେ ଦୋକାନର ସଟର ଭାଙ୍ଗି ଲୁଟପାଟ କରୁଛନ୍ତି, ଏସବୁ ଦୃଶ୍ୟ ପୁଲସ ହାତରେ ଲାଗିଛି ।

ବ୍ୟବସାୟୀ ଶୁଭେନ୍ଦୁଙ୍କ ମହାବୀର ନାମକ ଏକ ମୋବାଇଲ ଦୋକାନ ବାରଭୂଜା ମାର୍କେଟ କମ୍ପେ୍ଲକ୍ସରେ ରହିଛି । ସୋମବାର ରାତି ୧୧ଟା ସମୟରେ ଶୁଭେନ୍ଦୁ ଦୋକାନ ବନ୍ଦକରି ଘରକୁ ଯାଇଥିଲେ । ରାତି ୨ଟା ବେଳେ ଜଣେ ଯୁବକ ହାତରେ ଏକ ବ୍ୟାଗ ଧରି ଦୋକାନ ନିକଟକୁ ପହଚିଂଥିଲେ । ପ୍ରଥମେ ପାଖ ଦୋକାନ ସଟର ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହେବା ପରେ ତାଙ୍କ ଦୋକାନର ସଟର ଭାଙ୍ଗି ଭିତରେ ପଶିଥିଲେ । ଦୋକାନରେ ଥିବା ସମସ୍ତ ମୋବାଇଲ ଫୋନକୁ ଏକ ବସ୍ତାରେ ପୁରାଇ ଦୁର୍ବୃତ ଜଣଙ୍କ ନେଇ ପଳାଇଥିଲେ ।

ଆରଦିନ ସକାଳୁ ସ୍ଥାନୀୟ କିଛି ଯୁବକ ଏନେଇ ଶୁଭେନ୍ଦୁଙ୍କୁ ଦୋକାନ ଲୁଟ ହୋଇଥିବା ଜଣାଇଥିଲେ । ଶୁଭେନ୍ଦୁ ଦୋକାନକୁ ଆସି ଦେଖିଥିଲେ ଯେ ସଟର ତଡା ଯାଇଛି ଏବଂ ଜିନିଷପତ୍ର ଏଣେତେଣେ ପଡିବା ସହ ସମସ୍ତ ମୋବାଇଲ ଫୋନ ଚୋରି ହୋଇଯାଇଛି । ସଂଗେ ସଂଗେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଲୁଟ ହୋଇଥିବା ମୋବାଇଲର ମୂଲ୍ୟ ୪ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବ୍ୟବସାୟୀ ଜଣଙ୍କ କହିଛନ୍ତି ।


ସେୟାର କରନ୍ତୁ