ଅମାନୁଷିକ କାଣ୍ଡ… ଜଙ୍ଗଲରେ ପ୍ରେମିଯୁଗଳଙ୍କୁ କଲବଲ କରି ଭିଡ଼ିଓ ଭାଇରାଲ କଲେ ଅସାମାଜିକ ବ୍ୟକ୍ତି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ବାରମ୍ବାର ପ୍ରେମିଯୁଗଳଙ୍କ ଭିଡ଼ିଓ ଭାଇରାଲ ହେବା ପରେ ଓଡ଼ିଶା ପୁଲିସ ପକ୍ଷରୁ ଏସବୁ କାର୍ଯ୍ୟରୁ ଦୁରେଇ ରହିବା ପାଇଁ ଆଡ଼ଭାଇଜରି ଜାରି କରାଯାଇଛି । ହେଲେ ଏସବୁକୁ ତିଳେ ମାତ୍ରେ ଖାତିରି କରୁ ନାହାନ୍ତି କିଛି ଖଳ ପ୍ରକୃତିର ବ୍ୟକ୍ତି । ଏହି ବ୍ୟକ୍ତିମାନେ ଏତେ ନିଷ୍ଠୁର ଯେ, ତାହା ଏକ ରୁମଟାଙ୍କୁରା ଭାଇରାଲ ଭିଡ଼ିଓରୁ ଦେଖିବାକୁ ମିଳିଛି ।
ଜଙ୍ଗଲରେ ଦୁଇ ପ୍ରେମିଯୁଗଳଙ୍କୁ କଲବଲ କରିବା ସହ ଯୁବତୀଙ୍କର ଜୋର ଜବରଦସ୍ତ ଡ୍ରେସ ଓହ୍ଲାଇ ଭିଡ଼ିଓ ସୁଟିଂ କରିଛନ୍ତି କିଛି ଅସାମାଜିକ ବ୍ୟକ୍ତି । ଘଟଣାଟି ଘଟିଛି କେଉଁଝର ନୁଆଗାଁ ବଳଦଘାଟି ଏରିଆରେ । ଯାହା ପୁରା ରାଜ୍ୟରେ ଚହଳ ପକାଇଛି । ଏହି ଅମାନୁଷିକ ଭିଡ଼ିଓକୁ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ଆସିଥିବା ଦେଖିବାକୁ ମିଳିଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ହେଲେ ଏଯାଏଁ କୌଣସି ଅଭିଯୋଗ ହୋଇନଥିବାରୁ ପୁଲିସ ଦୋଷୀଙ୍କ ବିରୋଧରେ କୌଣସି ପଦକ୍ଷପ ନେଇନଥିବା ଜଣାପଡିଛି ।
ଏକ ମିନିଟର ଏହି ଭାଇରାଲ ଭିଡ଼ିଓରେ ଜଣାପଡିଛି ଯେ, ଦୁଇ ପ୍ରେମିଯୁଗଳ ଉକ୍ତ ଘାଟିରେ ବୁଲିବା ପାଇଁ ଯାଇଥିବା ବେଳେ ୮-୧୦ ଖଳ ପ୍ରକୃତିର ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଏହିଠୁ ଆରମ୍ଭ ହୋଇଯାଇଥିଲା ସେମାନଙ୍କ ପ୍ରତି ଅତ୍ୟାଚାର । ପ୍ରେମିଯୁଗଳଙ୍କୁ ଘାଟି ଜଙ୍ଗଲରେ କ’ଣ କରୁଥିବା ପଚାରି ଅସାମାଜିକ ବ୍ୟକ୍ତିମାନେ ସେମାନେଙ୍କୁ ମାରଧର କରିବା ସହ ଅଶ୍ଳୀଳ ଗାଳିଗୁଳଜ କରିଥିଲେ । ତା’ପରେ ଯୁବତୀଙ୍କୁ ଟଣାଓଟରା କରିବା ସହ ସେ ପିନ୍ଧିଥିବା ପୋଷାକକୁ ଜୋର ଜବରଦସ୍ତ ଓହ୍ଲାଇ ଭିଡ଼ିଓ ସୁଟିଂ କରିଥିଲେ । ଏସବୁ ନ କରିବା ପାଇଁ ଯୁବତୀଙ୍କ ସାଥୀ ବହୁ କାକୁତିମିନତି କରିଥିଲେ ସୁଦ୍ଧା ଅସାମାଜିକ ବ୍ୟକ୍ତିମାନେ ତାଙ୍କ କରୁଣ କାନ୍ଦଣାକୁ ଶୁଣିନଥିଲେ । ଓଲଟା ସେମାନେ ଯୁବକ ଜଣଙ୍କୁ ମାଡ଼ ମାରିଥିଲେ ।

ସେୟାର କରନ୍ତୁ