ଲାଞ୍ଚୁଆ ପୁଲିସ ଅଧିକାରୀ ସାବଧାନ! ଲାଞ୍ଚ ମାଗିଲେ ଏବେ ଅପଣଙ୍କ ଉପରେ ଭାରି ପଡ଼ିବେ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: କମିଶନରେଟ ପୁଲିସରେ କାର୍ଯ୍ୟରତ ପୁଲିସ ଅଧିକାରୀ ଏଣିକି ସାବଧାନ । କୌଣସି ମାମଲା ସମାଧାନ କରିବା ବା କେସ୍ ରଫାଦଫା କରିବା ପାଇଁ ଲଞ୍ଚ ନେବାକୁ ଭାବିଛନ୍ତି କି? ତାହାଲେ ରହିଯାଆନ୍ତୁ । କାରଣ ଏମିତି ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ଲିପ୍ତ ରହିଲେ ଅପଣଙ୍କ ବିରୋଧରେ ହୋଇ ପାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏହା ଆମେ କହୁନୁ । କହିଛନ୍ତି ଖୋଦ୍ ଟୁଇନ୍ ସିଟି ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି । ଯଦି କେହି ପୁଲିସ ଅଧିକାରୀ ଥାନାରେ ଲାଞ୍ଚ ମାଗନ୍ତି ତୁରନ୍ତ ତାଙ୍କୁ ଏହି ବିଷୟରେ ଅବଗତ କରାଇବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଅଭିଯୋଗକାରୀ କୌଣସି ମାମଲା ନେଇ ଥାନାକୁ ଗଲେ ଯଦି ଏହାକୁ ସମାଧାନ କରିବା ପାଇଁ କେହି ପୁଲିସ ଅଧକାରୀ ଟଙ୍କା ମାଗନ୍ତି ତାହାଲେ ଅଭିଯୋଗ ପାଇବା ମାତ୍ରେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ସୋମବାର ଏକ ମାମଲାକୁ ରଫାଦଫା କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫୦ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଜଟଣୀ ଥାନା ଅଧିକାରୀ ସଞ୍ଜୀବ ମହାନ୍ତି ।

ଏହି ଘଟଣା ଘଟିବା ପରେ ଜଟଣୀ ଥାନା ପରିସରରେ ଓ କୋର୍ଟ ଚାଲାଣ ବେଳେ କୋର୍ଟ ପରିସରରେ ଲୋକେ ଓ ଆଇନଜୀବୀ ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ବହୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିଲେ । ଖାଲି ଏତିକି ନୁହେଁ ଏହି ଘଟଣା ପରେ କମିଶନରେଟ ପୁଲିସ କାର୍ଯ୍ୟକଳାପକୁ ଲୋକେ ଛି ଛି କରିଥିଲେ । ତେଣୁ ପୁଲିସର ମାନସମ୍ମାନକୁ ଅଖି ଆଗରେ ରଖି ପୁଲିସ କମିଶନର ଶ୍ରୀ ମହାନ୍ତି ଏମିତି ପଦକ୍ଷପ ନେଇଥିବା ଜଣାପଡିଛି ।


ସେୟାର କରନ୍ତୁ