ଝରକା ଗ୍ରିଲ ତାଡ଼ି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ଘରେ କେହି ନଥିବାର ସୁଯୋଗ ନେଇ ଚନ୍ଦ୍ରଶେଖପୁର ଥାନା ଅଧିନ ଶୈଳେଶ୍ରୀବିହାର ଅଚଂଳରେ ଦୁର୍ବୃତ୍ତ ଏକ ବଡ଼ ଧରଣର ଲୁଟପାଟ ଭିଆଇଛନ୍ତି । ଘର ଝରକା ଗ୍ରିଲ ତାଡ଼ି ଲୁଟେରାମାନେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ରୂପା, ଟଙ୍କା, କାର ଓ ଏକ ସ୍କୁଟି । ଲୁଟର ଶୀକାର ହୋଇଛନ୍ତି ସନ୍ତୋଷ କୁମାର ବେହେରା । ଅଭିଯୋଗ ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଚିଂ ତଦନ୍ତ ଚଳାଇଛି । ଘର ସମ୍ମୁଖରେ ଥିବା ସିବିଏସି କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଚଂ ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟପଟରେ ଅଚଂଳରେ ପୁଲିସ ପେଟ୍ରୋଲିଂ ଅଭାବ ଯୋଗୁ ଏମିତି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ।

ସୂଚନା ମୁତାବକ, ଶୈଳେଶ୍ରୀବିହାରର କୈଳାଶବିହାର ଅଚଂଳରେ ଥିବା ଫେଜ୍-୨ ପ୍ଲଟ ନମ୍ବର-୫୧୫ରେ ରହୁଛନ୍ତି ସନ୍ତୋଷ କୁମାର ବେହେରା । ସେ ନାଲକୋରେ ଇଞ୍ଜିନିୟର ଭାବେ କାମ କରନ୍ତି । ଗତ ୫ ତାରିଖରେ ସନ୍ତୋଷ ପରିବାର ସହ କୌଣସି ଏକ କାମରେ କୋରାପୁଟ ଯାଇଥିଲେ । ଗତକାଲି ରାତିରେ ସେ ଘରକୁ ଫେରିଥିଲେ । ଘର କବାଟ ଖୋଲି ଭିତରକୁ ଯାଇ ଆଲମିରା ଭଙ୍ଗା ପଡିଥିବା ଦେଖିବାକୁ ପାଇଥିଲେ । ସେଥିରୁ ସୁନା ଅଳଙ୍କାର, ରୂପା ଓ ୨୫-୩୦ହଜାର ଟଙ୍କା ଲୁଟ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି ।

ଖାଲି ଏତିକି ନୁହେଁ, ଘର ପରିସରରେ ଥିବା ଏକ କାର ଓ ସ୍କୁଟିକୁ ମଧ୍ୟ ଲୁଟେରାମାନେ ଲୁଟି ନେଇଥିବା ସେ ପୁଲିସକୁ ଜଣାଇଛନ୍ତି । ଖବର ପାଇ ସନ୍ଧାନୀ କୁକୁର ସାହାଯ୍ୟରେ ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଉକ୍ତ ଘଟଣାରେ ସନ୍ତୋଷଙ୍କ ଡ୍ରାଇଭରର ହାତ ଥିବା ସେ ସନ୍ଦେହପ୍ରକଟ କରିଛନ୍ତି । ପୁଲିସ ସନ୍ତୋଷଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିଥିବା ବେଳେ ଡ୍ରାଇଭରକୁ ଥାନାରେ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି ।


ସେୟାର କରନ୍ତୁ