ଅକ୍ଷୟ କୁମାରଙ୍କ ଅନୁରୋଧକୁ ରକ୍ଷ୍ୟା କରି କପିଲ ନିଜ ଶୋର ସମୟକୁ ବଦଳାଇଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଟିଭି ପରଦାରେ ଲେଉଟିଲା ପରେ ଦ କପିଲ ଶର୍ମା ଶୋ ଦର୍ଶକଙ୍କୁ ମନୋରଞ୍ଜନ ଦେଇ ଚାଲୁଅଛି । ବିବାହ ପରେ କପିଲ ଶୋର ସୁଟିଙ୍ଗ ସମୟକୁ ବଦଳାଇ ଦେଇଛନ୍ତି । ଏହା ଏଇଥି ପାଇଁ କରିଛନ୍ତି କି ସୁଟିଙ୍ଗରୁ ଜଲଦି ଫେରିକି ପତ୍ନୀ ଗିନୀ ଚତରଥଙ୍କ ସାଥିରେ ଘରେ ସମୟ ବିତାଇପାରିବେ ।

କପିଲଙ୍କର ନୂଆଁ ସୁଟିଙ୍ଗ ସମୟକୁ ତାଙ୍କର ଟିମ ଫଲୋ କରୁଛନ୍ତି । କିନ୍ତୁ ଏବେ ରିପୋର୍ଟ ଆସିଛି କି ଅକ୍ଷୟ କୁମାର ହାଉସଫୁଲ 4 ପାଇଁ କପିଲ ଶର୍ମା ନିଜର ବନାଇଥିବା ରୋଲକୁ ବଦଳାଇଛନ୍ତି ।

ମୁମ୍ବାଇ ମିରର ରିପୋର୍ଟ ମୁତାବକ, ଦିନ ସମୟରେ ଶୋର ସୁଟିଙ୍ଗ କରିବାବାଲା କପିଲ ଶର୍ମା ଅକ୍ଷୟ କୁମାରଙ୍କ ଅନୁରୋଧକ୍ରମେ ସମୟକୁ ବଦଳାଇଛନ୍ତି । ହାଉସଫୁଲ 4 ଟିମ ସାଥିରେ ସକାଳବେଳା ସୁଟିଙ୍ଗ ରଖାଯାଇଅଛି । ଅକ୍ଷୟ ଚାହୁଁଥିଲେକି ସୁଟିଙ୍ଗ ଜଲଦି ସରିଯାଉ । ସୂତ୍ର ଅନୁସାରେ ଅକ୍ଷୟ କଥା ଦେଇଛନ୍ତିକି ସେ ସକାଳ 6ଟାରେ ସେଟ୍କୁ ଆସିଯିବେ । ଦୁଇଟି ଏପିସୋଡ ପାଇଁ ସୁଟିଙ୍ଗ ସମୟ 6.30 ରଖାଯାଇଅଛି ।


ପ୍ରଥମ ସୁଟିଙ୍ଗ ଆକ୍ଟର ବବି ଦେୱଲ,ରିତେଶ ଦେଶମୁଖ ଏବଂ ଚମକି ପାଣ୍ଡେଙ୍କ ସାଥିରେ ଅଛି । ଦ୍ୱିତୀୟ ସୁଟିଙ୍ଗ କୃତି ସେନନ,କୃତି ଖରବନ୍ଦା ଏବଂ ପୂଜା ହେଗଡେଙ୍କ ସାଥିରେ ରଖାଯାଇଅଛି । ଅକ୍ଷୟ କୁମାରଙ୍କର ଆନୁରୋଧକୁ ରକ୍ଷ୍ୟାକରି କପିଲ ନିଜର କୄ ମେମ୍ବର ମାନଙ୍କୁ ସକାଳ 4ଟାରେ ସେଟରେ ପହଁଚିବାପାଇଁ କହିଛନ୍ତି । ସେଠାକୁ କପିଲଙ୍କର ଟିମ ମେମ୍ବରମାନେ ସକାଳ 5ଟାରେ ସେଟରେ ପହଁଚିଯାଉଛନ୍ତି ।


ଖବର ଅଛିକି କପିଲଙ୍କର ଟିମ ହାଉସଫୁଲ 4ର ଏପିସୋଡକୁ ଧମାକାଦାର ବନେଇବା ପାଇଁକି ଜୋରସୋରରେ ଲାଗିପଡିଛନ୍ତି । ହାଉସଫୁଲ 4ରେ ଅକ୍ଷୟ ନୂଆଁ ଲୋକରେ ନଜର ଆସୁଛନ୍ତି । ଏଇଥି ପାଇଁ କିକୁ ଶାରଦା ମଧ୍ୟ ନୂଆଁ ଲୋକରେ ଦେଖା ଯାଉଛନ୍ତି । ସେ କୃଷ୍ନା ଅଭିଷେକ ସପନାର ରୋଲରେ ଅଛନ୍ତି । କୃଷ୍ନା ଅକ୍ଷୟ କୁମାରଙ୍କୁ ସ୍ପେସିଆଲ ଟ୍ରିୟୁଟ ଦେଉଛନ୍ତି ।

ହାଉସଫୁଲ ସାଥିରେ କେଉଁ ଦୁଇଟି ଫିଲ୍ମ ଟକ୍କର ଦେବାକୁ ଅଛି-


ହାଉସଫୁଲ ବଲିଉଡର ହିଟ କମେଡି ଫିଲ୍ମ । ଏହାର ପୂର୍ବ ତିନୋଟି ପାର୍ଟ ହିଟ ହୋଇ ସାରିଛି । ପ୍ରଥମ ଫିଲ୍ମର ନିର୍ଦେଶନା ସାଜିଦ ଖାନଙ୍କ ହାତରେ ଥିଲା । କିନ୍ତୁ ମିଠୁ କେମ୍ପେନ ଲାଗି ଗମ୍ଭୀର ଆରୋପ ଲାଗିବାପରେ ସାଜିଦଙ୍କୁ ଫିଲ୍ମରୁ ହଟାଇବାକୁ ପଡିଥିଲା । ଏହି ଫିଲ୍ମଟି ସିନେମା ଘରରେ 25 ଅକ୍ଟୋବରରେ ରିଲଜ ହେବ ।ଏହା ବକ୍ସ ଅଫିସରେ ଷଣ୍ଢ କି ଆଁଖ ଓ ମେଡ ଇନ ଚାଇନା ସାଥିରେ ଫାଇଟ କରିବ ।


ସେୟାର କରନ୍ତୁ