ଲଘୁଚାପ ଗଭୀର ଅବପାତର ରୂପ ନେଇଛି, 9ରୁ ବର୍ଷା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଗଭୀର ଅବପାତର ରୂପ ନେଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ଏହାପରେ ନଭେମ୍ବର 9 ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ଭିତରେ ରହି ଘନୀଭୂତ ହେବାର ରହିଛି । ହେଲେ ଓଡ଼ିଶା ଉପକୂଳ ଛୁଇଁବାର କୌଣସି ପୂର୍ବାନୁମାନ କରାଯାଇ ନାହିଁ।

ଏହା ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଂଗ ଓ ବାଂଲାଦେଶ ଆଡ଼େ ମୁହାଁ ହେବ । ତେଣୁ ଓଡିଶାରେ ବିଶେଷ ପ୍ରଭାବ ପଡିନପାରେ ବୋଲି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଏହା ପାରାଦୀପ ଠାରୁ ଏବେ 810 କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି 9 କିଲୋମିଟର ବେଗରେ ଏହା ଗତି କରୁଛି । ଏହା ପ୍ରଭାବରେ ଉତ୍ତର ଓଡିଶା ଉପକୂଳ ଜିଲ୍ଲାଗୁଡିକରେ ଆସନ୍ତା 9ତାରିଖ ଠାରୁ 2ଦିନ ବର୍ଷା ହେବାର ରହିଛି । ତେଣୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି ।


ସେୟାର କରନ୍ତୁ