ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଦ୍ୱାରା 3ଡ଼ି ସାନ୍ତାକ୍ଲଜ,ବିଶ୍ୱକୁ ସବୁଜିମାର ବାର୍ତ୍ତା

ରାଜ୍ୟ
ସେୟାର କରନ୍ତୁ

ପୁରୀ: ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମଗ୍ର ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଦେବା ସହ ସବୁଜିମାର ବାର୍ତ୍ତା ଦେଇଛନ୍ତି ତାଙ୍କର ବାଲୁକା କଳା ମାଧ୍ୟମରେ । ଏହି ବାଲୁକା କଳାକୁ ସେ ପୁରୀ ବେଳାଭୂମିରେ ପ୍ରଦର୍ଶନ କରିଅଛନ୍ତି ।

ବୁଧବାର ପବିତ୍ର ବଡ଼ ଦିନ ଅବସରରେ ପୁରୀ ମେ ଫେୟାର ବେଳାଭୂମିରେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାଗଣ ଏହି ବାଲୁକା କଳାକୁ ଏକ ନିଆରା ଢଙ୍ଗରେ ପ୍ରସ୍ତୁତ କରିଅଛନ୍ତି । ଏହା ବିଶ୍ବର ସର୍ବବୃହତ୍‌ 3ଡ଼ି ସ୍ୟାଣ୍ଡ୍ ଆର୍ଟ ମାନ୍ୟତା ପାଇବ ବୋଲି ଶ୍ରୀ ପଟ୍ଟନାୟକ ମତ ପୋଷଣ କରିଛନ୍ତି । ଏହି ବାଲୁକା କଳାକୁ 25 ଶହ ବର୍ଗଫୁଟ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି ।

ଏହାର କଲର ମଧ୍ୟ ଦେଖିବାକୁ ଆକର୍ଷଣୀୟ ମନୋହର ଭରା ହୋଇଅଛି । ଏଥିରେ ସାନ୍ତାକ୍ଲଜ ଏକ ଚାରା ଉପହାର ଦେଉଥିବା ଦୃଶ୍ୟ ମଧ୍ୟ ବାଲୁକା କଳା‌ରେ ରହିଛି । ଏହି ବାଲୁକା କଳା ମାଧ୍ୟମରେ ଖରା ଏବଂ ଗ୍ଲୋବାଲ ୱାର୍ମିଙ୍ଗରୁ ରକ୍ଷା ପାଇବା ପାଇଁ ସବୁଜିମାର ବାର୍ତ୍ତା ଦିଆଯାଇଅଛି ।


ସେୟାର କରନ୍ତୁ