ଛଲାଙ୍ଗ : ଲମ୍ବା ନିଦରେ ରାଜ କୁମାର ରାଓ,ପିଟି ଟିଚର ଭୂମିକାରେ ଆସୁଛନ୍ତି ନଜର

ସିନେମା
ସେୟାର କରନ୍ତୁ

ରାଜକୁମାର ରାଓ ନିଜର ଆଉ ଏକ ଫିଲ୍ମ ରିଲିଜ କରିବା ପାଇଁ ପ୍ରସ୍ତୁତ ଅଛନ୍ତି,ଏହା ହେଉଛି ‘ଛଲାଙ୍ଗ’ । ନିଜର ବଢିଆ ଅଭିନୟ ଏବଂ କେଉଁ ମଧ୍ୟ ଲୁକରେ ଢଳି ଯିବା ଵାଲା ରାଜକୁମାର ରାଓ ଏହି ଫିଲ୍ମରେ ଜଣେ ପିଟି ଟିଚର ରୋଲରେ ନଜର ଆସୁଛନ୍ତି । ଏହାର ପ୍ରଥମ ଲୁକ ସାମ୍ନାକୁ ଆସିଅଛି ।

ରାଜକୁମାର ରାଓଙ୍କର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଅଛି । ଏହି ପୋଷ୍ଟରରେ ଆପଣମାନେ ତାଙ୍କୁ ପିଲାମାନେ ଘେରିଥିବାର ଦୁର୍ସ୍ୟକୁ ଦେଖିବେ । ପୋଷ୍ଟରରେ ସ୍କୁଲ ପିଲାଙ୍କ ସହ ଫିଲ୍ମର ହିରୋଇନ ନୁସରତ ଭରୁଚା ମଧ୍ୟ ଅଛନ୍ତି । ସେଇଠି ଫୁଟବଲ ଉପରେ ମୁଣ୍ଡକୁ ରଖି ରାଜକୁମାର ରାଓ ସମସ୍ତଙ୍କ ସାମ୍ନାରେ ସୋଇଛନ୍ତି । ପୋଷ୍ଟରକୁ ସେୟାର କରି ରାଜକୁମାର ଲେଖିଲେ,’ଲମ୍ବା ଡିଆଁ ମାରିବା ପାଇଁ ଲମ୍ବା ନିଦ ଜରୁରୀ ଅଟେ । ରିଲିଜ ହେଉଛି 13 ମାର୍ଚ୍ଚକୁ ।’

କହିବାକି ଫିଲ୍ମ ‘ଛଲାଙ୍ଗ’ରେ ରାଜକୁମାର ରାଓ, ନୁସରତ ଭରୁଚା ଏବଂ ମୋହମ୍ମଦ ଜିସାନ ଅୟୁବ କାମ କରିଅଛନ୍ତି । ଏହି ଫିଲ୍ମର ନିର୍ଦେସନ ହଂସଲ ମେହେତା ଦେଇଛନ୍ତି । ଏହା ରାଜକୁମାର ଏବଂ ହଂସଲଙ୍କର 5ମ ଫିଲ୍ମ ଅଟେ । ଏହା ପୂର୍ବରୁ ଦୁହେଁ ସାହିଦ,ସିଟୀଲାଇଟିସ,ଅଲିଗଡ଼ ଏବଂ ଔମେଟ୍ରାରେ କାମ କରିଛନ୍ତି ।

ଫିଲ୍ମ ‘ଛଲାଙ୍ଗ’ ଜଣେ ପିଟି ଟିଚରଙ୍କ ଫନି କିନ୍ତୁ ପ୍ରେରଣାଦାୟକ କାହାଣୀ ଅଟେ, ଯିଏକି ଉତ୍ତର ଭାରତରେ ଏକ ସରକାର ସ୍କୁଲରେ କାମ କରୁଛନ୍ତି । ରାଜକୁମାରଙ୍କ ଭୂମିକାର ନାମ ମୋଁଟୁ ଅଟେ, ଯାହା ପାଇଁ ପିଟି ମାଷ୍ଟର ହେବା ଚାକିରିଆଠୁ ବଳି ଆଉ କିଛି ନୁହେଁ । କିନ୍ତୁ ଯେବେ ମୋଁଟୁର ସମୟ ସହ ସବୁକିଛି ଦାଓ ଲାଗିଯାଏ ତେବେ ସେ କିଛି ଏମିତି କରେ ଯାହା କେହି କେବେ ଭାବି ନଥାଆନ୍ତି ।

‘ଛଲାଙ୍ଗ’ରେ ନୁସରତ ଭରୁଚା,ନିଲୁ ଭୂମିକା ନିଭାଉଛନ୍ତି । ନିଲୁ ମୋଁଟୁର ପ୍ରେମିକା ଅଟେ । ସେଇଠି ମୋହମ୍ମଦ ଜିସାନ ଅୟୁବ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମ ‘ଛଲାଙ୍ଗ’ 13 ମାର୍ଚ୍ଚ 2020ରେ ରିଲିଜ ହେବ ।


ସେୟାର କରନ୍ତୁ