ଯେବେ ଦୁଇ ତିନି ମାସର ହୋଇଥିଲେ ରିଷି କପୁର ଲତାଙ୍କ କୋଳରେ ଥିଲେ, ଅଭିନେତା ସେୟାର କଲେ ଫଟୋ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଋଷି କପୁର ଟୁଇଟରରେ ନିଜର ପିଲା ଦିନର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ମହାନ ସିଙ୍ଗର ଲତା ମଙ୍ଗେସକରଙ୍କ କୋଳରେ ନଜର ଆସୁଛନ୍ତି । କ୍ୟାପିସନରେ ସେ ଲେଖିଛନ୍ତି, ‘ନମସ୍କାର ଲତା ଜୀ । ଆପଣଙ୍କର ଆଶୀର୍ବାଦରୁ ଦେଖନ୍ତୁ ମୋତେ ନିଜର ଦୁଇ ତିନି ମାସର ଫଟୋ ମିଳିଯାଇଛି । ସବୁବେଳେ ଆପଣଙ୍କର ଆଶୀର୍ବାଦ ରହିଛି ମୋ ଉପରେ । ବହୁତ ବହୁତ ଧନ୍ୟବାଦ । କଣ ମୁଁ ଦୁନିଆକୁ କହିପାରିବି ଏହି ଫଟୋକୁ ଟୁଇଟରରେ ଦେଇକରି ? ଏହା ଏକ ବହୁତ କୀମତ ଫଟୋ ମୋ ପାଇଁ ।’

ଫଟୋ ଦେଖିଲା ପରେ ଲତା ମନେପକାଇଲେ ରାଜ କପୁରଙ୍କୁ
ଫଟୋ ଦେଖିଲା ପରେ ଲତା ମଙ୍ଗେସକରଙ୍କୁ ଋଷିଙ୍କ ପିତା ରାଜ କପୁର ଏବଂ ମା କୃଷ୍ନା ରାଜ କପୁରଙ୍କ କଥା ମନେପଡିଥିଲା । ସେ ଏହାର ଜବାବରେ ଲେଖିଲେ, ନମସ୍କାର ଋଷି ଜୀ । ଫଟୋ ଦେଖିକି ମୋତେ ବହୁତ ବହୁତ ଖୁସି ଲାଗୁଛି । ମୋତେବି ଏହି ଫଟୋ ମିଳୁ ନଥିଲା । ମୋତେ ଏହି ଫଟୋ ଦେଖିକି କୃଷ୍ନା ଭାଉଜ ଏବଂ ରାଜ ସାହେବଙ୍କୁ ମନେପଡୁଛି । ଏହି ଫଟୋରେ ଭାଉଜ ତୁମକୁ ମୋ ହାତରେ ଦେଇଥିଲେ । ଆପଣ ସମସ୍ତଙ୍କ ସାଥିରେ ସେୟାର କଲେ ଏହା ବହୁତ ଭଲ ହେଲା । ତୁମର ଦେହ ସବୁବେଳେ ଭଲ ରହୁ ଏହା ଈଶ୍ୱରଙ୍କ ନିକଟରେ ପ୍ରାଥନା ।’


ସେୟାର କରନ୍ତୁ