COVID-19: କାଟ୍ରିନାଙ୍କ ଠାରୁ ନେଇକରି ସାରାଙ୍କ ପର୍ଯ୍ୟନ୍ତ ଏବେ ଏହି ସେଲେବ୍ସ ବଢ଼ାଇଲେ ସାହାଯ୍ୟର ହାତ, ଜାଣନ୍ତୁ କିଏ କେତେ ଦେଲେ ଡୋନେସନ

ସିନେମା
ସେୟାର କରନ୍ତୁ

ଦେଶରେ ଚାଲୁଥିବା COVID-19 ପ୍ରକୋପ କାରଣରୁ ବଲିଓଡ଼ ଷ୍ଟାର ମାନେ ଆଗକୁ ଆସୁଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ କୋଷରେ ଡୋନେସନ ଦେଉଅଛନ୍ତି । ଆଜି ମଧ୍ୟ କେତେ ସେଲେବ୍ସ ଆଗକୁ ଆସିଛନ୍ତି ଓ ଡୋନେସନ ଦେଉଅଛନ୍ତି ।

ଆଜି ସବୁଠାରୁ ଅଧିକ ଚର୍ଚାରେ ବିକି କୌଶଳ ରହିଛନ୍ତି । ସେ ଆଜି 1 କରୋଡ଼ ଧନରାସି ଡୋନେଟ କରିବାର ଘୋଷଣା କରିଛନ୍ତି । ଵିକି ପ୍ରଧାନମନ୍ତ୍ରୀ ରାହତ କୋଷ ଏବଂ ମୁଖ୍ୟମନ୍ତ୍ରୀ (ମହାରାଷ୍ଟ୍ର) ରାହତ କୋଷରେ ଏକ କରୋଡ ଟଙ୍କା ଜମା କରିଅଛନ୍ତି ।

ସ୍ୱର କୋକିଳା ଲତା ମଙ୍ଗେସକର ଆଗକୁ ଆସିଛନ୍ତି ଏବଂ ଡୋନେସନରେ 25 ଲକ୍ଷ ଟଙ୍କା ସହଯୋଗ କରିଛନ୍ତି ।

ପ୍ରିୟଙ୍କା ଚୋପଡ଼ା କହିଲେକି ସେ ନିଜର ପତିଙ୍କ ସାଥିରେ ମିଶିକରି କେଉଁ ସଂସ୍ଥାକୁ ଡୋନେସନ ଦେଇଛନ୍ତି । ତେବେ ସେ ଖୁଲାସା କରି ନାହାନ୍ତି କି ସେ କେତେ ଟଙ୍କା ଡୋନେଟ କରିଛନ୍ତି ।

ପ୍ରଭାସ ଏହି ଥର ତେଲୁଗୁ ଫିଲ୍ମ ଇଂଣ୍ଡଷ୍ଟ୍ରି ଦ୍ୱାରା ବନାଯାଇଥିବା କରୋନା କ୍ରାଇସିସ ଚେଇରୀଟିରେ 50 ଲକ୍ଷ ରୁପିୟା ଡୋନେଟ କରିଛନ୍ତି । ଏହା ପୂର୍ବରୁ ପ୍ରଭାସ ପ୍ରାଇମିନିଷ୍ଟର ନେସନଲ ରିଲିଫ ଫଣ୍ଡକୁ 3କୋଟି ଟଙ୍କା ଦାନ କରିଥିଲେ ଏବଂ 50-50 ଲକ୍ଷ ଟଙ୍କା ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ ଚିଫମିନିଷ୍ଟର ଫଣ୍ଡକୁ ମଧ୍ୟ ଦେଇଥିଲେ ।

ସାରା ଅଲ୍ଲୀ ଖାନ ମଧ୍ୟ ଆଜି ଘୋଷଣା କରିଛନ୍ତି କି ସେ ପ୍ରଧାନମନ୍ତ୍ରୀ ରାହତ କୋଷରେ ଡୋନେସନ ଦେବେ । ତେବେ ସାରା ମଧ୍ୟ ଏହାର ଖୋଲାସା କରି ନାହାନ୍ତି କି ସେ କେତେ ଟଙ୍କାର ସାହାର୍ଯ୍ୟ କରିବେ ।

ଏହା ଭିତରେ ଏବେ ମଧ୍ୟ କାଟ୍ରିନା କୈଫ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି । ସେ ଏହି କଥାର ଖୋଲାସା କରିନାହାନ୍ତି କି ସେ କେତେ ଟଙ୍କା ଡୋନେଟ କରିଛନ୍ତି ।

ରାଜକୁମାର ରାଓ ଏହି କଥାର ଖୋଲାସା କରିବାକୁ ଚାହାନ୍ତି ନାହିଁ କି ସେ କେତେ ରାଶି ଦେଇଛନ୍ତି । ଯେଉଁଥିପାଇଁ ତାଙ୍କର କିଛି ଫଲୋଅର ଏହି କଥା ପାଇଁ ତାଙ୍କୁ ପ୍ରଂଶସା କରିଛନ୍ତି ।


ସେୟାର କରନ୍ତୁ