ତିନି କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସାମ୍ନାକୁ ଆସିଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ତିନି ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସଂପର୍କରେ ସୂଚନା ଦେଇଛନ୍ତି । ଏହି ତିନିଟି ଆକ୍ରାନ୍ତଙ୍କ ସଂକ୍ରମଣ ରାଜ୍ୟ ବାହାରୁ ହୋଇଥିବା ଅନୁମାନ କରାଯାଉଛି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ ଭୁବନେଶ୍ବର ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପଞ୍ଚମ କରୋନା ଆକ୍ରାନ୍ତଙ୍କ ଝିଅ କୋଲକାତା ଯାଇଥିଲେ । ସେଠାରେ ସେ 3ରୁ 4 ଦିନ ରହିବା ପରେ ଘରକୁ ଫେରିଥିଲେ । ଗତକାଲି ତାଙ୍କର ପଜିଟିଭ ରିପୋର୍ଟ ଆସିଥିଲା । ଏଣୁ ବାହାର ରାଜ୍ୟରୁ ତାଙ୍କର ସଂକ୍ରମଣ ଆଶଙ୍କା କରାଯାଉଛି ।

ସେହିପରି ରାଜଧାନୀ ଭୁବନେଶ୍ୱରର ବମିଖାଲରୁ ଚିହ୍ନଟ .ହୋଇଥିବା 3 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତଙ୍କ ବାପା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଯାଇଥିଲେ ବୋଲି ଜଣାପଡ଼ିଛି ।

ତେବେ ଗତ କାଲି ରାତିରେ ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ ସେ ଦିଲ୍ଲୀରୁ ମାର୍ଚ୍ଚ 10 ତାରିଖ ଦିନ ଓଡିଶା ଫେରିଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ଜିଲ୍ଲାରେ ଆକ୍ରାନ୍ତ ହୋଇଥିବା କରୋନା ରୋଗୀ ଜଣକ ଭୁବନେଶ୍ୱର ବିଜେବି ନଗର ପୋଷ୍ଟ ଅଫିସରେ ପୋଷ୍ଟ ପିଅନ ଭାବେ କାମ କରନ୍ତି । ତେଣୁ ବିଜେବି ନଗର ସହ ଏହାର ଆଖ ପାଖ ଅଞ୍ଚଳରେ ଥିବା ଲୋକମାନେ ଯେଉଁମାନେ ଏହା ମଧ୍ୟରେ ପୋଷ୍ଟ ଅଫିସରୁ କିଛି ଚିଠି କିମ୍ୱା ପାର୍ସଲ ପାଇଛନ୍ତି ସେମାନେ ସମସ୍ତେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା 104 ହେଲପ ଲାଇନ ନମ୍ୱରକୁ କଲ କରି ଜଣାଇବା ପାଇଁ ଅନୁରୋଧ କରିଛନ୍ତି ବିଏମସି କମିଶନର ଏହା ସହ ସେ ସମସ୍ତେ ନିଜ ନିଜ ଘରେ ଆଇସୋଲେସନ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି କମିଶନର ।


ସେୟାର କରନ୍ତୁ