ଅଜୟ ଦେବଗନଙ୍କ ଭଳି କାର ଉପରେ ଷ୍ଟଣ୍ଟ କରିବା ପୋଲିସ ବାବୁଙ୍କୁ ପଡିଲା ଭାରି, ଜୁର୍ମାନା ସାଥିରେ ହେଲେ ଲାଇନ ହାଜିର

ସିନେମା
ସେୟାର କରନ୍ତୁ


ମଧ୍ୟପ୍ରଦେଶ : ବଲିଓଡ଼ ଅଭିନେତା ଅଜୟ ଦେବଗନ ନିଜର ଏକ ଷ୍ଟଣ୍ଟ ପାଇଁ ଖୁବ ପପୁଲାର ଅଟନ୍ତି । ସେ ଏହି ଷ୍ଟଣ୍ଟକୁ ନିଜର କ୍ୟାରିୟର ଆରମ୍ଭରୁ ଆଜି ପର୍ଯ୍ୟନ୍ତ କରିଆସୁଛନ୍ତି । ଏପର୍ଯ୍ୟନ୍ତ ଆପଣ ବୁଝିସାରିଥିବେ କି ଆମେ କେଉଁ ଷ୍ଟଣ୍ଟ ଉପରେ ଆଲୋଚନା କରୁଛେ । ହଁ ,ଆମେ କଥା ହେଉଛେ ତାଙ୍କର ଦୁଇ ବାଇକ ଏବଂ କାର ଉପରେ ଠିଆ ହୋଇଥିବା ଷ୍ଟଣ୍ଟର ।

ବର୍ଷ 1991ରେ ଆସିଥିବା ଫିଲ୍ମ ‘ଫୁଲ ଔର କଣ୍ଟେ’ରେ ଅଜୟ ଦେବଗନ ଏହି ଷ୍ଟଣ୍ଟ ଆରମ୍ଭ କରିଥିଲେ । ସେ ଦୁଇଟି ଚାଲିଥିବା ବାଇକ ଉପରେ ଠିଆ ହୋଇଥିଲେ । ସମୟ ସାଥିରେ ସେ ଏହାକୁ ଅପଡେଟ କରିଥାନ୍ତି । ଫିଲ୍ମ ‘ସନ ଅଫ ସର୍ଦାର’ରେ ଦୁଇ ଘୋଡ଼ା ଉପରେ ଏବଂ ଫିଲ୍ମ ‘ଗୋଲମାଲ ରିଟର୍ନ’ରେ ସେ ଦୁଇଟି ଚାଲୁଥିବା କାର ଉପରେ ଦେଖା ଦେଉଛନ୍ତି ।

ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରଲ ହେଉଅଛି । ଏହି ଭିଡ଼ିଓରେ ଜଣେ ପୋଲିସ ଅଫିସର ଏଭଳି ଷ୍ଟଣ୍ଟ କରୁଥିବାର ନଜରରେ ଆସୁଛନ୍ତି । ଏହି ଭିଡ଼ିଓ ଭାଇରଲ ହେବା ପରେ ପୋଲିସ ବାଲାଙ୍କର ଚିନ୍ତା ବଢ଼ିଯାଇଅଛି । ଏହି ପୋଲିସ ଅଫିସରଙ୍କ ନାମ ମନୋଜ ଯାଦବ, ଯିଏକି ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ନରସିଂହଗଡ଼ ପୋଲିସ ଷ୍ଟେସନର ଇନଚାର୍ଜ ଅଟନ୍ତି । ସେ ଏହି ଭିଡ଼ିଓରେ ଦୁଇଟି ଚାଲୁଥିବା କାର ଉପରେ ଗୋଟିଏ ଗୋଟିଏ ଗୋଡ଼ ରଖିକରି ଠିଆ ହୋଇଛନ୍ତି । ସେ ପୋଲିସ ୟୁନିଫର୍ମ ପିନ୍ଧିଛନ୍ତି । ତାଙ୍କର ବ୍ୟାକଗ୍ରାଉଣ୍ଡରେ ସେ ରୋହିତ ସେଠୀଙ୍କ ଫିଲ୍ମ ସିଂଘମର ଟାଇଟଲ ସଂଗ ମଧ୍ୟ ଚଳାଉଛନ୍ତି ।

ଏଠାରେ ଦେଖନ୍ତୁ ପୋଲିସ ଇନିସ୍ପେକ୍ଟରଙ୍କ ଭିଡ଼ିଓ..

ମନୋଜ ଯାଦବଙ୍କର ଏହି ଷ୍ଟଣ୍ଟକୁ ନେଇକରି ପ୍ରଶାସନ କାରବାଇ କରିଅଛନ୍ତି ଏବଂ ତାଙ୍କ ଉପରେ 5000 ଟଙ୍କାର ଜୁର୍ମାନା ଲାଗିଅଛି । ଭିଡ଼ିଓ ଭାଇରଲ ହେବାପରେ ବଳିଷ୍ଟ ଅଧିକାରୀ ଏହା ଉପରେ ଗମ୍ଭିରତାର ସହ ବିଚାର କଲେ ଏବଂ କହିଲେ କି ଯୁବକ ମାନଙ୍କୁ ଏଥିପାଇଁ ଭୁଲ ସନ୍ଦେଶ ଯିବ । ଯାଞ୍ଚ ପରେ ଏସପି ସବ ଇନିସ୍ପେକ୍ଟରଙ୍କ ଉପରେ ଜୁର୍ମାନା ଲଗାଇଥିଲେ ଏବଂ ଦ୍ୱିତୀୟ ଥର ଏମିତି ଭୁଲ ନକରିବା ପାଇଁ ଚେତାଵନୀ ଦେଇଥିଲେ ।


ସେୟାର କରନ୍ତୁ