ରାଜ୍ୟରେ ସୁସ୍ଥ ହେଲେ 453 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 11330

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 453 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 11,330ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 453 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 220 ଜଣ, ସୁନ୍ଦରଗଡରୁ 41, ନବରଙ୍ଗପୁରରୁ 33, ଖୋର୍ଦ୍ଧାରୁ 28, ବଲାଙ୍ଗିରରୁ 26, କେନ୍ଦୁଝରରୁ 17, ବାଲେଶ୍ଵରରୁ 15, ଜଗତସିଂହପୁର 13, ମାଲକାନଗିରିରୁ 13, ଯାଜପୁରରୁ 10, ଗଜପତିରୁ 10, ଅନୁଗୁଳରୁ 9, କେନ୍ଦ୍ରାପଡାରୁ 6, କୋରାପୁଟରୁ 4, କଟକରୁ 3, ଭଦ୍ରକରୁ 2, ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ