ରାଜ୍ୟରେ 591 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 16,701

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 591କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 16,701କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 591 ଜଣଙ୍କ ମଧ୍ୟରୁ 394 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 197 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 591 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନଗୁଳରୁ ଜଣେ, ବାଲେଶ୍ଵରରୁ 13 ଜଣ, ବରଗଡ଼ରୁ 35 ଜଣ, ଭଦ୍ରକରୁ 3 ଜଣ, ବଲାଙ୍ଗିରରୁ 9 ଜଣ, ବୌଦ୍ଧରୁ 5 ଜଣ, କଟକରୁ 38 ଜଣ, ଦେବଗଡ଼ରୁ 3 ଜଣ, ଢେଙ୍କାନାଳରୁ 9 ଜଣ, ଗଞ୍ଜାମରୁ 182 ଜଣ, ଜଗତସିଂହପୁରରୁ 22ଜଣ, ଯାଜପୁରରୁ 19 ଜଣ, ଝାରସୁଗୁଡ଼ାରୁ 5ଜଣ, କେନ୍ଦ୍ରାପଡ଼ାରୁ 8 ଜଣ, କେଉଁଝରରୁ 6 ଜଣ, ଖୋର୍ଦ୍ଧାରୁ 121 ଜଣ, କୋରାପୁଟରୁ 4 ଜଣ, ମାଲକାନାଗିରିରୁ 8 ଜଣ, ମୟୁରଭଞ୍ଜରୁ 22 ଜଣ, ନବରଙ୍ଗପୁରରୁ 22 ଜଣ, ନୟାଗଡ଼ରୁ 11 ଜଣ, ପୁରୀରୁ 6 ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ 20 ଜଣ, ସୁନ୍ଦରଗଡ଼ରୁ 18 ଜଣ ରହିଛନ୍ତି ।

ରାଜ୍ୟରେ ପର୍ଯ୍ୟନ୍ତ ମୋଟ 16,701 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ 5259ଟି ଆକ୍ଟିଭ୍‌ କେସ୍‌ ରହିଅଛି ଏବଂ 11ହଜାର 330 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ