ରାଜ୍ୟରେ 1384 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 36297କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1384 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 36297କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1384 ଜଣଙ୍କ ମଧ୍ୟରୁ 873 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 511 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1384 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ 15 ଜଣ, ବାଲେଶ୍ୱର ଜିଲ୍ଲାରୁ 79 ଜଣ, ବରଗଡ଼ ଜିଲ୍ଲାରୁ 33 ଜଣ, ଭଦ୍ରକ ଜିଲ୍ଲାରୁ 25 ଜଣ, ବଲାଙ୍ଗୀର ଜିଲ୍ଲାରୁ 51 ଜଣ, କଟକ ଜିଲ୍ଲାରୁ 89 ଜଣ, ଢେଙ୍କାନାଳ ଜିଲ୍ଲାରୁ 11 ଜଣ, ଗଜପତି ଜିଲ୍ଲାରୁ 61 ଜଣ, ଗଞ୍ଜାମ ଜିଲ୍ଲାରୁ 331 ଜଣ, ଗଜତସିଂହପୁର ଜିଲ୍ଲାରୁ 22 ଜଣ, ଯାଜପୁର ଜିଲ୍ଲାରୁ 18 ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 7 ଜଣ, କଳାହାଣ୍ଡି ଜିଲ୍ଲାରୁ 4 ଜଣ , କେନ୍ଦ୍ରାପଡା ଜିଲ୍ଲାରୁ 11 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 211 ଜଣ, କୋରାପୁଟ ଜିଲ୍ଲାରୁ 97 ଜଣ, ମାଲକାନଗିରି ଜିଲ୍ଲାରୁ 39 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 29 ଜଣ, ନବରଙ୍ଗପୁର ଜିଲ୍ଲାରୁ 26 ଜଣ, ନୟାଗଡ଼ ଜିଲ୍ଲାରୁ 22 ଜଣ, ନୂଆପଡ଼ା ଜିଲ୍ଲାରୁ 5 ଜଣ, ପୁରୀରୁ 17 ଜଣ, ରାୟଗଡ଼ା ଜିଲ୍ଲାରୁ 38 ଜଣ, ସମ୍ବଲପୁର ଜିଲ୍ଲାରୁ 93 ଜଣ, ସୋନପୁର ଜିଲ୍ଲାରୁ 6 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 46 ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 36297 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 14095ଟି ଆକ୍ଟିଭ କେସ୍ ରହିଅଛି ଏବଂ 21954 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ