Coronavirus: ଭାରତରେ ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା 45 ହଜାର 951 ନୂଆ କେସ, 817 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର କମିବାକୁ ଲାଗିଅଛି । ଏହା ଲଗାତାର ତୃତୀୟ ଦିନ ମଧ୍ୟ 50 ହଜାରରୁ କମ କେସ ଆସିଅଛି ଏବଂ ମୃତ୍ୟୁର ସଂଖ୍ୟା ମଧ୍ୟ କମ ହୋଇଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 45 ହଜାର 951 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 817 ଲୋକଙ୍କର ମୃତ୍ୟୁ ହୋଇଅଛି । ଏହା ପୂର୍ବରୁ ସୋମବାର 46,148 ଏବଂ ମଙ୍ଗଳବାର 37,566 କରୋନା କେସ ଆସିଥିଲା । ପୂର୍ବ 24 ଘଣ୍ଟାରେ 60 ହଜାର 729 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 03 ଲକ୍ଷ 62 ହଜାର 848କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 3 ଲକ୍ଷ 98 ହଜାର 454 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 2 କୋଟି 94 ଲକ୍ଷ 27 ହଜାର 330 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା ବଢିକରି 5 ଲକ୍ଷ 37 ହଜାର 064 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 29 ଜୁନ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 41 କୋଟି 01 ଲକ୍ଷ 00 ହଜାର 044 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 19 ଲକ୍ଷ 60 ହଜାର 757 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ