ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭି ସଂଖ୍ୟା କମ ହେବାରେ ଲାଗିଛି । ସଂଖ୍ୟାର କଥା କହିବା ତ ପ୍ରତେକ ଦିନ ନୂଆ ପଜିଟିଭ ସଂଖ୍ୟା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହୁଅଛି । ଆଜି ରାଜ୍ୟରେ 1 ହଜାର 899 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 56 ହଜାର 828ରେ ପହଁଞ୍ଚିଅଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।