ପରଜଙ୍ଗ : ବୁଧବାର ଅପରାହ୍ନରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି l ବାଇକ ଆରୋହୀ ରାଜେନ୍ଦ୍ର ନାଥ (37) ନିଜର କୌଣସି କାର୍ଯ୍ୟରେ ବାଇକ ଯୋଗେ ସରାଙ୍ଗ ଇଂଞ୍ଜିନିୟରିଂ କଲେଜ ନିକଟ ବଜାରକୁ ଆସିଥିଲେ l ରାଜେନ୍ଦ୍ର କାର୍ଯ୍ୟସାରି ରାସ୍ତା ପାର ହୋଇ ଯାଉଥିଲାବେଳେ ତାଳଚେର ପାଖରୁ ଆସୁଥିବା ଏକ ତେଲ ଟ୍ୟାଙ୍କର ଧକାରେ ଦୁର୍ଘଟଣାର ଶିକାର ହୋଇଥିଲେ l ଯାହାଫଳରେ ବାଇକ ଆରୋହୀ ରାଜେନ୍ଦ୍ର ଗୁରୁତର ହୋଇଥିବା ଜଣାପଡିଛି l

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଫାଣ୍ଡି ଅନ୍ତର୍ଗତ 53 ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ନିକଟରେ ଡିମୋଳ ଗ୍ରାମର ରାଜେନ୍ଦ୍ର ନାଥ (37) ଏକ ଟ୍ୟାଙ୍କର ଧକାରେ ଦୁର୍ଘଟଣାର ଶିକାର ହୋଇଥିଲେ l ଯାହା ଦ୍ୱାରା ତାଙ୍କର ଗୋଡ଼ରେ ଏବଂ ଦେହରେ ଆଘାତ ଲାଗିବାରୁ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l ଗୁରୁତର ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ 108 ଯୋଗେ ତାଳଚେର ସ୍ଥିତ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତି କରାଯାଇଛି l

ସୂଚନା ଥାଉକି, ତେଲ ଟ୍ୟାଙ୍କର ଗାଡି ଘଟଣା ସ୍ଥଳରୁ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ଏବଂ ଫାଣ୍ଡି ପୋଲିସ ସହାୟତରେ ପିତିରି ଛକ ନିକଟରେ ଅଟକାଇ ଫାଣ୍ଡିକୁ ନିଆଯାଇଅଛି l ପୋଲିସ ତେଲ ଟ୍ୟାଙ୍କର ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l