ଘରେ ପଶି ଜାଳିଦେଳେ ବାଇକ, ସାଇକେଲ

ଅପରାଧ
ସେୟାର କରନ୍ତୁ

ଭୁବନେଶର: ଘର ପାଚେରୀ ଚଢ଼ିଲେ । ଜାଳି ଦେଲେ ବାଇକ ଓ ସାଇକେଲ । କିଛି ଅଜଣା ଦୁର୍ବୁତ ଏମିତି କାଣ୍ଡ ବିଳମ୍ବିତ ରାତିରେ ଭିଆଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଶୈଳେଶ୍ରୀବିହାର ଅଚଂଳରେ । ଯାହା ପୁରା ଏରିଆରେ ଅତଙ୍କ ଖେଳାଇ ଦେଇଛି । ଅଭିଯୋଗ ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛି । ଘରେ ସିସିଟିଭି ଲାଗି ନଥିବାରୁ ଅଭିଯୁକ୍ତକୁ ଧରିବାରେ ପୁଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଶୁଣିବାକୁ ମିଳିଛି । ଘଟଣାସ୍ଥଳରୁ ପୁଲିସ ଏକ ଦିଆସିଲି ଖୋଳ ପାଇଥିବା ଜଣାପଡିଛି । ପୁର୍ବଶତ୍ରୁତାକୁ କେନ୍ଦ୍ରକରି କେହି ଦୁର୍ବୁତ ଗାଡିରେ ନିଆଁ ଲଗାଇଦେଇଥିବା ପୁଲିସ ସନ୍ଦେହ କରୁଛି । ବାଇକ ଓ ସାଇକେଲଟି ଜଳି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।

ମଙ୍ଗଳବାର ସମୟ ପ୍ରାୟ ୧୨.୩୦ଟା ରାତି ହେବ । ଶୈଳେଶ୍ରୀବିହାର ଜିଏ-୩୩୨ରେ ରହୁଥିବା କେ.ପ୍ରଭାକର ରାଓ ପରିବାର ସହ ଘରେ ଶୋଇଥିଲା ବେଳେ କିଛି ଜିନିଷ ଜଳିଯାଉଥିବା ଅନୁଭବ କରିଥିଲେ । ହଠାତ ଘର କବାଟ ଖୋଲିବା ବେଳକୁ ଗ୍ୟାରେଜ ପୁଟିକରେ ଥିବା ବାଇକ ଓ ସାଇକେଲରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ଗ୍ୟାରେଜରେ ଥିବା ପାଣି ପାଇପରେ ନିଆଁ ଲିଭାଇଥିଲେ । ସେତେବେଳକୁ ବାଇକଟି ୮୦ ପ୍ରତିଶତ ପୋଡିଯାଇଥିବା ସେ ଜଣାଇଛନ୍ତି । ଗୁରୁବାର ଚନ୍ଦ୍ରଶେଖରପୁର ଥାନାରେ ସେ ଅଭିଯୋଗ କରିବା ପରେ ପୁଲିସ ଟିମ ଘଟଣାସ୍ଥଳରେ ପହଚିଂ ଯାଚଂ କରିଛି । କେହି ଜଣେ ଦୁର୍ବୁତ ଜାଣିଶୁଣି ଏମିତି କରିଥିବା ପରିବାର ଲୋକେ ଜଣାଇଛନ୍ତି ।


ସେୟାର କରନ୍ତୁ