ଡଷ୍ଟବିନରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟାର ମୃତଦେହ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପୁଣି ରାଜଧାନୀର ଡଷ୍ଟବିନରୁ ମିଳିଳା ନବଜାତ ଶିଶୁ କନ୍ୟାର ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି କଳିଙ୍ଗ ଷ୍ଟାଡିୟମ ସ୍ଥିତ ନିଉ ଏଜି କଲୋନୀ ପରିସରରେ । ଆଜି ସକାଳୁ ଏହି ଖବର ଖେଳିଯିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ଥିଲା । ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଚିଂ ଶବକୁ ଉଦ୍ଧାର କରିଥିଲା ।

ତେବେ କିଏ ଓ କେଉଁ ପରିସ୍ଥିତିରେ ନବଜାତ ଶିଶୁ କନ୍ୟା ସେଠାରେ ଫୋପାଡ଼ି ଚାଲିଯାଇଛି ସେନେଇ ଏଜାବାତ କୌଣସି ସୂଚନା ମିଳିନଥିବା ପୁଲିସ କହିଛି । ପୁର୍ବରୁ ମଧ୍ୟ ରାଜଧାନୀର ଡ୍ରେନ ବା ଡଷ୍ଟବିନରୁ ନବଜାତ ଶୁଶି ପୁତ୍ର ବା କନ୍ୟାର ଶବ ଉଦ୍ଧାର ହୋଇଥିବା ନଜରକୁ ଆସିଛି । ତେବେ ବାରମ୍ବାର ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳୁଥିଲେ ସୁଧା ଲୋକମାନଙ୍କ ଭିତରେ ସଚେତନତାର ଘୋର ଅଭାବ ଦେଖାଦେଇଥିବା ଚର୍ଚ୍ଚା ହେଉଛି । ଏଥିପ୍ରତି ବିଭିନ୍ନ ସଂଗଠନ ଧ୍ୟାନ ଦେବା ପାଇଁ ଦାବି ହୋଇଛି ।


ସେୟାର କରନ୍ତୁ