ସଲମାନ୍‌ଙ୍କର କେଉଁ ଇଛା ପୂରଣ କରିଥିଲେ ଗୋବିନ୍ଦା, ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଆଜି ହେଉଛି ବଲିଉଡକୁ ଏକଦା ହିଟ ଫିଲ୍ମ ଦେଇଥିବା ଲୋକପ୍ରିୟ ଆକ୍ଟର ଗୋବିନ୍ଦାଙ୍କ ଜନ୍ମଦିନ । ଏହି ମୌକାରେ ଏହି ଅଭିନେତାଙ୍କ ବିଷୟରେ କିଛି ରୋଚକ ତଥ୍ୟ ସହ ଆସନ୍ତୁ ଜାଣିବା । ସେ 1963 ମସିହା ଡିସେମ୍ବର 21 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଛୋଟ ମିଆଁ ନାମରେ ବଲିଉଡରେ ପରିଚିତ ଚେହେରା ଅଟନ୍ତି । ସେ ଅଧିକ କମେଡି ସିନେମା କରିଥିଲେ ମଧ୍ୟ ତାଙ୍କର ଅନ୍ୟ ସିନେମା ଗୁଡିକର ଅଭିନୟ ଖୁବ ପ୍ରଂଶସନୀୟ ।

ଏମିତି ଏକ ସମୟ ଥିଲା, ଯେତେବେଳେ ବଲିଉଡର ଛୋଟ ମିଆଁ ଗୋବିନ୍ଦା ଜଣେ ବଡ଼ ଷ୍ଟାର୍‌ ବନି ଯାଇଥିଲେ । ସେଭଳି ସମୟକୁ ଦେଖିଲେ ତାଙ୍କ ତୁଳନାରେ ସଲମାନ୍‌ ଖାନ୍‌ ଅପେକ୍ଷାକୃତ ଛୋଟ ଷ୍ଟାର୍‌ ଥିଲେ । ସେ ସମୟରେ ଗୋବିନ୍ଦାଙ୍କ ସିନେମାଗୁଡ଼ିକ ଲଗାତାର ଖୁବ ହିଟ୍‌ ହୋଇ ଚାଲୁଥିଲା । ଏହି ସମୟ ଏମିତି ଏକ ସମୟ ଥିଲା ନିର୍ଦ୍ଦେଶକ ଡେଭିଡ ଧାୱନ୍‌ଙ୍କ ସହ ଗୋବିନ୍ଦାଙ୍କ ଯୋଡ଼ି ଖାସ୍‌ କରି ଜମୁ ଥିଲା ।

ଏହି ଯୋଡ଼ି ସେତେବେଳକୁ କୁଲି ନମ୍ବର ୱାନ,ରାଜା ବାବୁ, ଆଁଖେ ଭଳି ହିଟ୍‌ ସିନେମାମାନ ଦର୍ଶକ ମାନଙ୍କ ଆଗରେ ଭେଟି ଦେଇ ସାରିଥିଲେ । ସେହି ସମୟରେ ଦିନେ ସଲମାନ୍‌ ଖାନ୍‌ ଗୋବିନ୍ଦଙ୍କୁ ଫୋନ୍‌ କରି କରି କହିଥିଲେ, ‘ଆଉ କେତୋଟି ହିଟ୍‌ ଫିଲ୍ମ ଦେବ?’ ସଲମାନ୍‌ ଚାହୁଁଥିଲେ କି ସେ ସେତେ ବେଳର ହିଟ୍‌ ମେକର ଡେଭିଡ୍‌ ଧାୱନ୍‌ଙ୍କ ସହ ମିଶି ଏକ ଫିଲ୍ମରେ କାମ କରିବେ । ଏହି ସମୟରେ ଗୋବିନ୍ଦା ଡେଭିଡ ଧାୱନ୍‌ଙ୍କ ‘ଜୁଡ୍‌ୱା’ ଫିଲ୍ମରେ କାମ କରିବା ପାଇଁ ଠିକ୍‌ ହୋଇସାରିଥିଲା ।

କିନ୍ତୁ ସଲମାନ୍‌ ଖାନଙ୍କ ଅନୁରୋଧ କ୍ରମେ ଗୋବିନ୍ଦା ଏହି ଫିଲ୍ମକୁ ଛାଡ଼ି ଦେଇଥିଲେ । ଏହି ପ୍ରୋଜେକ୍ଟରେ ତାଙ୍କ ବଦଳରେ ସଲମାନ୍‌ ଖାନ୍‌ଙ୍କୁ ନେବା ପାଇଁ ସେ ଡେଭିଡ ଧାୱନ୍‌ଙ୍କୁ ମଧ୍ୟ ଅନୁରୋଧ କରିଥିଲେ । ଡେଭିଡ ବି ମଧ୍ୟ ଏହି କଥାରେ ରାଜି ହୋଇଥିଲେ । ଏହା ପରେ ସଲମାନ୍‌ ଖାନ୍‌ ‘ଜୁଡ୍‌ୱା’ ଫିଲ୍ମରେ ହିରୋ ଭୂମିକାରେ ନଜର ଆସିଥିଲେ । ଏହି ‘ଜୁଡ୍‌ୱା’ ଫିଲ୍ମଟି ମଧ୍ୟ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା ।


ସେୟାର କରନ୍ତୁ