ଢେଙ୍କାନାଳ : ଗତ କାଲି ମୂଷଳ ଧାରା ବର୍ଷା ସତ୍ତ୍ୱେ ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍ (ଦାଦା) ର କର୍ମକର୍ତ୍ତା ମାନେ ଗନ୍ଦିଆ ସ୍ଥିତ ପୋରୁହ ଖୋଜ ଠାରେ ଅବସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ , ପୁଷ୍ପ ବୃକ୍ଷ ସହ ପ୍ରାୟ ୫୦ ଟି ବୃକ୍ଷ ରୋପଣ କରିଥିଲେ । ଏହାକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ କିଶୋର କୁମାର ମିଶ୍ର, ଉପ ସଭାପତି ଶ୍ରୀ ଧନେଶ୍ୱର ସାହୁ, ଖଞ୍ଜାଜି ଶ୍ରୀ ସର୍ବେଶ୍ୱର ବରାଳ, ସକ୍ରିୟ ସଭ୍ୟ ଢେଙ୍କାନାଳର ଶ୍ରୀ ଅଜୟ କୁମାର ମିଶ୍ର, ଗନ୍ଦିଆର ଶ୍ରୀ ସୁବ୍ରତ କୁମାର ସାହୁଙ୍କ ସହ ସଂଗଠନର ଅନ୍ୟ ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ସୁଚାରୁ ରୂପେ ପରିଚାଳନା କରିଥିଲେ ।
ତତ୍ପରେ ଅନୁଷ୍ଠାନ ସମସ୍ତ ସଦସ୍ୟ ମାନେ କପିଳାସ ଛକ ପାଖରେ ଦେଓଗାଁ ର ଶ୍ରୀ ଦିଲ୍ଲୀପ୍ କୁମାର ନନ୍ଦ ଏବଂ ତାଙ୍କ ସୁପୁତ୍ର ପ୍ରଖ୍ୟାତ ମୃତ ରୋଗ ବିଶେଷଜ୍ଞ ଡ।. ବିଶ୍ୱଜିତ୍ ନନ୍ଦ ଙ୍କ ଦ୍ୱାରା ଆୟୋଜିତ ବୋଲ୍ ବମ ସେବା କେନ୍ଦ୍ର ରେ ଯୋଗଦାନ କରିଥିଲେ । ଉଭୟ ପିତା ଏବଂ ପୁତ୍ର ଦାଦାର ସକ୍ରିୟ ସଭ୍ୟ ଅଛନ୍ତି । ପ୍ରିତିବର୍ଷ ସେମାନେ ଙ୍କ ପରିବାର ତରଫରୁ ଏହିପରି ଏକ ବୃହତ୍ ମାନବ ଏବଂ ସତସଙ୍ଗ ସେବା ଗତ ୩ ବର୍ଷ ଧରି କରି ଆସୁଛନ୍ତି। ଏଥିରେ ପ୍ରତି ବର୍ଷ ପ୍ରାୟ ୭,୦୦୦ ରୁ ଉର୍ଦ୍ଧ୍ବ ଶିବ ଭକ୍ତ ଉପକୃତ ହୁଅନ୍ତି । ସେଥିପାଇଁ ସେମାନେ ବହୁତ୍ ବହୁତ୍ ଧନ୍ୟବାଦ୍ ର ପାତ୍ର ।