ସୋସାଲ ମିଡ଼ିଆରେ ଟ୍ରୋଲ ହେଲେ ଗାୟିକା ସୋନା ମହାପାତ୍ର…ଜବାବରେ କହିଲେ ‘ଚପ୍ ରୁହ ନହେଲେ ହାଇହିଲ ସହ ସଂପୂର୍ଣ୍ଣ ଉଲଗ୍ନ ହେବି’

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ମାହାପ୍ରଭୁଙ୍କ ଭକ୍ତି ଭରା ଭଜନ ‘ଆହେ ନୀଳ ଶୈଳ’କୁ କଦର୍ଥ କରି ଗାଇବା ପରେ ସୋସାଲ ମିଡ଼ିଆରେ ଟ୍ରୋଲ ହୋଇଛନ୍ତି ଗାୟିକା ସୋନା ମହାପାତ୍ର । ଟ୍ୱିଟର ହେଉ ବା ଫେସବୁକ୍ ସବୁଥିରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ଆସିଛି । ଭଜନଟି ଭୁଲରେ ଗାଇଥିବାରୁ ତାଙ୍କୁ ଭୁଲ ମାଗିବା ପାଇଁ କୁହାଯାଇଥିଲା ।

ଖାଲି ଏତିକି ନୁହେଁ ସେ ପିନ୍ଧିଥିବା ପୋଷାକକୁ ନେଇ ମଧ୍ୟ ବହୁ କମେଣ୍ଟ ଆସିଥିଲା । ଓଡ଼ିଶାବାସୀ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀ ତ ସୋସାଲ ମିଡ଼ିଆରେ ଏହି ଘଟଣାକୁ ନେଇ ସୋନାଙ୍କ ସମାଲୋଚନା କରିଥିଲେ । ହେଲେ ଏଥିରୁ ନିଜର ଭୁଲ ବୁଝିବେ କ’ଣ ସୋନାଙ୍କ ରୁବାବ କୌଣସି ମାତ୍ରାରେ କମି ନାହିଁ । କିଛି ପ୍ରଶଂସକଙ୍କୁ ଛାଡ଼ି ଦେଲେ ସୋନା ସମସ୍ତ ଟ୍ରୋଲ ହୋଇଥିବା ମେସେଜର କଡ଼ା ଜବାବ ରଖିଛନ୍ତି ।

ବିବାଦକୁ ନେଇ ଟ୍ୱିଟରରେ ଜଣେ ୟୁଜର ସୋନାଙ୍କୁ ତାତ୍ସଲ୍ୟ କରି ଲେଖିଛନ୍ତି ଯେ, ‘ମାଡ଼ାମ୍ ଲାଲପରୀ…‘ଆହେ ନୀଳ ଶୈଳ’ ଏକ ଭଜନ । ଏହା ଆଧୁନୀକ ଗୀତ ନୁହେଁ । ଏପରି ଭଜନକୁ ଗାଇ ବେକ କଟା ଗାଉନ ସହ ହାଇ ହିଲ ପିନ୍ଧିବା କ’ଣ ଠିକ୍ । ଆପଣକୁ ଲାଜ ଲାଗିବା କଥା । ଆପଣ ଓଡ଼ିଶାର । ଏପରି ଭେଶଭୁଷାରେ ଭଜନ ଗାଇବା ଶୋଭା ଦେଉନି । ଏହା ଓଡ଼ିଆ ସଂସ୍କୃତି ବିରୋଧୀ । ଚୋରି.. ଉପର ସେ ସିନାଯୋରି । ଓଡ଼ିଆ ଜାତି ପାଇଁ ତୁମେ କଳଙ୍କ’ ।

ଟୁଇଟ୍ ର ଉତ୍ତର ଦେଇ ସୋନା ଲେଖିଛନ୍ତି, ‘ଓଏ, ଚୁପ ରୁହ ତୁମେ ଏବଂ ତୁମର ଅତ୍ୟନ୍ତ ଅସଭ୍ୟତା । କିଛି ଦିନ ହେଲା ଯଥେଷ୍ଟ ଶୁଣିଲାଣି ତୁମର ବାନ୍ତି ଲାଗିଲା ପରି ଘୃଣ୍ୟ ମୁର୍ଖତା ମୋ ଟାଇମ ଲାଇନରେ । ଯଦି ତୁମେ ଚୁପ ନରୁହ ମୁଁ ହାଇହିଲ ସହିତ ସଂପୂର୍ଣ୍ଣ ଉଲଗ୍ନ ହେବି ଏବଂ ଚଣ୍ଡିର ପ୍ରକୃତ ରୂପ ଦେଖେଇବି । ଚଣ୍ଡି ପୋଷାକ ପିନ୍ଧନ୍ତି ନାହିଁ ।’

କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ବିବାଦ ଘାରିଛି, ଓଡିଆ ଭଜନ ‘ଆହେ ନୀଳ ଶୈଳ’କୁ କଦର୍ଥ କରିଥିବା ଅଭିଯୋଗ…ଦେଖନ୍ତୁ ଭିଡ଼ିଓ


ସେୟାର କରନ୍ତୁ